ପାକିସ୍ତାନକୁ ବନ୍ୟା ସହାୟତା ପଠାଇବ ଭାରତ

0 82

ନୂଆଦିଲ୍ଲୀ : ପାକିସ୍ତାନରେ ପରିସ୍ଥିତି ଅତି ସାଂଘାତିକ । ଭୟଙ୍କର ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୧୩୬ରେ ପହଞ୍ଚିଛି । ପ୍ରାୟ ୩ କୋଟିରୁ ଅଧିକ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଭାରତରୁ ପନିପରିବା ଓ ଜରୁରୀ ଖାଦ୍ୟ ସାମଗ୍ରୀ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ ପାକିସ୍ତାନକୁ ବନ୍ୟା ସହାୟତା ପଠାଇବାକୁ ବିଚାର କରୁଛନ୍ତି । ଏ ନେଇ ଭାରତ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ଆଲୋଚନା ହେଉଛି । ଯଦି ଭାରତ ସରକାର ପାକିସ୍ତାନକୁ ରିଲିଫ ପଠାନ୍ତି ,ତେବେ ୨୦୧୪ରେ ବିଜେପି ସରକାର ଆସିବା ପରେ ଏହା ହେବ ପ୍ରଥମ ସହାୟତା । ପୂର୍ବରୁ କଂଗ୍ରେସ ସରକାରଙ୍କ ଅମଳରେ ୨୦୧୦ ବନ୍ୟା ଓ ୨୦୦୫ ଭୂମିକମ୍ପ ସମୟରେ ରିଲିଫ ପଠାଯାଇଥିଲା । ଗତକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ବନ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ଓ ଭାରତ ସହ ବାଣିଜ୍ୟ ସଂପର୍କ ଆରମ୍ଭ କରିବାକୁ ପାକିସ୍ତାନର ଘୋଷଣା ପରେ ଭାରତ ରିଲିଫ ସାମଗ୍ରୀ ପଠାଇବାକୁ ବିଚାର କରୁଥିବା କୁହାଯାଉଛି । ଏହି ବନ୍ୟାରେ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି । ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି । ଏହି ବନ୍ୟା ଯୋଗୁଁ ପାକିସ୍ତାନ ଅର୍ଥନୀତି ପ୍ରାୟ ୧୦ ବିଲିୟନ ଡଲାରର କ୍ଷତି ସହିଥିବା ଆକଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

seventeen − thirteen =