କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ

0 88

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେଜ୍ରିୱାଲଙ୍କୁ ଚିଠି ଲେଖି ସେ କହିଛନ୍ତି,“ମଦ ଭଳି କ୍ଷମତା ମଧ୍ୟ ଗୋଟିଏ ନିଶା । ଲାଗୁଛି ଆପଣ କ୍ଷମତା ନିଶାରେ ବୁଡି ଯାଇଛନ୍ତି ।” ନୂଆ ଅବକାରୀ ନୀତି ପ୍ରସଙ୍ଗକୁ ନେଇ ବିଜେପି, ସିବିଆଇ ଓ ଇଡି ଆକ୍ସନ ମୋଡରେ ଥିବା ବେଳେ ଏବେ ଆନ୍ନା ହଜାରେ ଚିଠି ଲେଖି ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । ଆନ୍ନା ଓ କେଜ୍ରିୱାଲ ଦୁର୍ନୀତି ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ । ଏହି ପରେ କେଜ୍ରିୱାଲ ଚର୍ଚ୍ଚାକୁ ଆସିଥିଲେ ଓ ଦିଲ୍ଲୀରେ ରାଜନୀତିକ ଦଳ ଗଠନ କରି କ୍ଷମତା ଦଖଲ କରିଥିଲେ । ହେଲେ ଏବେ ଆନ୍ନା ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, “ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ଆପଣଙ୍କୁ ପ୍ରଥମଥର ଚିଠି ଲେଖୁଛି । ନିକଟରେ ଆପଣଙ୍କ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ଯେଉଁ ସବୁ ରିପୋର୍ଟ ବାହାରୁଛି, ତାହା ମୋତେ ଖୁବ ଆଘାତ ଦେଇଛି । ଆପଣ ନିଜ ବହି ସ୍ୱରାଜରେ ମଦ ନୀତିକୁ ନେଇ ଅନେକ ଆଦର୍ଶଗତ କଥା ଲେଖିଥିଲେ । ଏଥିପାଇଁ ମୁଁ ଆପଣଙ୍କ ଠାରୁ ବହୁତ କିଛି ଆଶା ରଖିଥିଲି । ଲୋକଙ୍କ ବିନା ଅନୁମତିରେ ଆବାସିକ ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଆପଣ କହିଥିଲେ । ହେଲେ ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ସେସବୁ ଭୁଲି ଯାଇଛନ୍ତି । ଆମ ଆଦମୀ ପାର୍ଟିକୁ ଆପଣ, ମନୀଷ ସିସୋଦିଆ ଓ ଅନ୍ୟମାନେ ତିଆରି କରିଥିଲେ । ଏବେ ଅନ୍ୟ ପାର୍ଟି ଓ ଆପ୍‌ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ । ଆପଣ ପ୍ରସ୍ତୁତ କରିଥିବା ଅବକାରୀ ନୀତି ଦେଶର କୌଣସି ରାଜ୍ୟରେ ଜାରି କରାଯାଇ ପାରିବ ନାହିଁ । ଶକ୍ତିଶାଳୀ ଲୋକପାଳ ଓ ଦୁର୍ନୀତି ବିରୋଧୀ ଆଇନ ଆଣିବା ବଦଳରେ ଆପଣ ଏପରି ଗୋଟିଏ ଅବକାରୀ ନୀତି ଆଣିଛନ୍ତି । ଏହା ଜନ ବିରୋଧୀ । ବିଶେଷ କରି ମହିଳା ବିରୋଧୀ ନୀତି । ଦିଲ୍ଲୀର ଗଳିକନ୍ଦିରେ ମଦ ଦୋକାନ ଖୋଲା ଯାଇଥିଲା । ଲାଗୁଛି କ୍ଷମତା ପାଇଁ ଲୋକମାନେ ଟଙ୍କା ଓ ଟଙ୍କା ପାଇଁ କ୍ଷମତାର ଗୋଳକ ଧନ୍ଧାରେ ଫସି ଯାଇଛନ୍ତି । ଯେପରି ମଦ ଗୋଟିଏ ନିଶା, ଠିକ୍‌ କ୍ଷମତା ମଧ୍ୟ ଗୋଟିଏ ନିଶା । ଅପାଣ ମଧ୍ୟ କ୍ଷମତାର ନିଶାରେ ବୁଡି ଗଲା ପରି ଲାଗୁଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five − 4 =