ଚୀନ ଜଳସୀମାରେ ଆମେରିକୀୟ ହେଲିକପ୍ଟର

0 45

ତାଇପେଈ : ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଆମେରିକାର ସାମରିକ ହେଲିକପ୍ଟର ଚୀନର ଜଳସୀମାରେ ଅନୁପ୍ରବେଶ କରିଥିବା ଚୀନ ଅଭିଯୋଗ କରିଛି । ଏ ସଂପର୍କରେ ତାଇୱାନର ଖବରକାଗଜ ତାଇୱାନ ନ୍ୟୁଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଗତ ରବିବାର ଓ ସୋମବାରଦିନ ଆମେରିକା ନୌସେନାର ସିକରସ୍କାଏ ଏମଏଚ-୬୦ ସିହକ୍‌ ହେଲିକପ୍ଟର ଚୀନ ଜଳସୀମାରେ ପ୍ରବେଶ କରି ଉଡ଼ୁଥିଲା । ରବିବାରଦିନ ଚୀନ ବାୟୁସେନା ଆମେରିକୀୟ ସାମରିକ ହେଲିକପ୍ଟରକୁ ଠାବ କରିବା ସହ ଚେତାବନୀ ଦେଇଥିଲା । ଚୀନ ବାୟୁସେନା ପକ୍ଷରୁ ରେଡିଓ ମେସେଜ ଦେଇ କୁହାଯାଇଥିଲା , ମୁଁ ଚୀନ ବାୟୁସେନା, ତୁମେ ମୋ ବାୟୁସୀମାରେ ପ୍ରବେଶ କରୁଛ, ତୁରନ୍ତ ପଳାଇଯାଅ, ନହେଲେ ଖସାଇଦିଆଯିବା କରାଯିବ । ଅନ୍ୟପକ୍ଷରେ ଏହାର ଜବାବରେ ଆମେରିକୀୟ ପାଇଲଟ କହିଥିଲେ, ମୁଁ ଆମେରିକାର ସାମରିକ ବିମାନ ଓ ଅନ୍ତର୍ଜାତୀୟ ବାୟୁକ୍ଷେତ୍ରରେ ରହିଛି ଆଇନ ଅନୁସାରେ ବିଚରଣ କରୁଛି ଓ ଅନ୍ୟର୍ଜାତୀୟ ଆଇନ ମୋତେ ଦେଇଥିବା ଅଧିକାରକୁ ପାଳନ କରୁଛି ।

hiranchal ad1
Leave A Reply

Your email address will not be published.

one × 1 =