ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତା ସିତଲଭାଦଙ୍କୁ ଜାମିନ

0 71

ନୂଆଦିଲ୍ଲୀ: ଜାମିନ ପାଇଲେ ସାମାଜିକ କର୍ମୀ ତୀସ୍ତା ସିତଲଭାଦ । ଗୁଜରାଟ ଦଙ୍ଗା ସମ୍ପର୍କିତ ରାୟ ଆସିବା ପରେ ତୀସ୍ତା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପୁଲିସ ତାଙ୍କୁ ଗିରଫ କରିଥିଲା । ତୀସ୍ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । ଗତ ଜୁନ୍‌ ମାସରେ ତୀସ୍ତାଙ୍କୁ ଗୁଜରାଟ ପୁଲିସ ଗିରଫ କରଥିଲା । ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ କେତେକ ନିରୀହ ଲୋକଙ୍କୁ ଫସାଇବା ମାମଲାରେ ତାଙ୍କ ବିରୋଧରେ ଗୁଜରାଟ ଏସଆଇଟି ତଦନ୍ତ କରୁଛି । ଏହି ମାମଲାରେ ତୀସ୍ତା ସିତଲୱାଡ ଓ ପୂର୍ବତନ ପୁଲିସ ଅଧିକାରୀ ଆର.କେ.ଶ୍ରୀକୁମାରଙ୍କ ଗିରଫ କରାଯାଇଥିଲା । ଏହା ସହିତ ଆଇପିଏସ ଅଧିକାରୀ ସଂଜୀବ ଭଟ୍ଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୦୦୨ରେ ଗୁଜରାଟରେ ବଡ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଦଙ୍ଗା ସମୟରେ ଅହମଦାବାଦର ଗୁଲ୍‌ବର୍ଗା ସୋସାଇଟିରେ ଏହସାନ ଜାଫ୍‌ରିଙ୍କ ସମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୬ରେ ଜାକିଆ ଜାଫ୍‌ରି ଏନେଇ ମାମଲା ରୁଜୁ କରିଥିଲେ । ଏହା ଏକ ବଡ ଷଡଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ । ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଥିଲା । ୨୦୧୨ ଫେବ୍ରୁଆରିରେ ଏସ୍‌ଆଇଟି ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । ଏସଆଇଟି ମୋଦିଙ୍କୁ କ୍ଲିନଚିଟ୍‌ ଦେଇଥିଲା । କଂଗ୍ରେସ ନେତା ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ତତକାଳୀନ ଗୁଜରାଟ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସ ନେତା ଅହମଦ ପଟେଲଙ୍କ ପ୍ରରୋଚନାରେ ନକଲି କାଗଜପତ୍ର ଓ ତଥ୍ୟ ପ୍ରମାଣ ତିଆରି କରି ନିରୀହ ଲୋକମାନଙ୍କୁ ଦଙ୍ଗାକାରୀଭାବେ ପ୍ରମାଣ କରିବାକୁ ଉଦ୍ୟମ କରାଯାଇଥିବା ଏସଆଇଟି କହିଛି ।

hiranchal ad1
Leave A Reply

Your email address will not be published.

16 − two =