ବାଲିଗୁଡ଼ାରେ ଆମ୍‌ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ

0 485

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ଦଳ କିଭଳି ପ୍ରଦର୍ଶନ କରିବ ଏବଂ ସଙ୍ଗଠନକୁ କିଭଳି ସୁଦୃଢ଼ କରାଯାଇପାରିବ ସେନେଇ ମୁଖ୍ୟତଃ ଏହି ବୈଠକରେ ଆଲୋଚନା ହୋଇଥିଲା । ଦିଲ୍ଲୀ ଏବଂ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରିବା ପରେ ଦଳର କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଓଡ଼ିଶାରେ ଦଳକୁ ସକ୍ରିୟ କରାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏହି ବୈଠକରେ ରାଜ୍ୟ ଉପ ସଭାପତି ଯବନ ମଲ୍ଲିକ, କନ୍ଧମାଳ ଜିଲ୍ଲା ସଭାପତି ବଳରାମ ଦିଗାଲ, ଜେରବାସ ଦିଗାଲ, ବାଲିଗୁଡା ସଭାପତି ବିଦେଶୀ ମଲିକ, ନଗର ସଭାପତି ସମିର ନାୟକ ଓ ଜିଲ୍ଲାର ୧୨ଟି ବ୍ଲକର ସଭାପତି ଏଥିରେ ସାମିଲ ହୋଇଥିଲେ । ତୃଣମୂଳ ସ୍ତରରେ ଭୋଟରଙ୍କ ନିକଟରେ ଦଳର ଆଭିମୁଖ୍ୟ ପହଞ୍ଚାଇବା ସହ ଲୋକଙ୍କ ସହ କିଭଳି ଯୋଡ଼ି ହୋଇ ରହିବା ଏବଂ ଦଳକୁ କିଭଳି ସୁଦୃଢ଼ କରିବା ସେନେଇ ବିଶଦ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଶାସକ ଦଳର ଦୁର୍ନୀତି ବିରୋଧରେ ବାଲିଗୁଡ଼ା ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯିବ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଉପ ସଭାପତି ଯବନ ମଲ୍ଲିକ ।

hiranchal ad1
Leave A Reply

Your email address will not be published.

2 + 10 =