ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ

0 212

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ଗ୍ରାମ ପଞ୍ଚାୟତ ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କୁମାରୀ ମେହେର (୪୮)ଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୫ ଦିନ ହେବ ଦେଦର୍ହା ଗ୍ରାମରେ କେଶବ ଜାନି, ଗୋବିନ୍ଦ ପଧାନ, ହେମନ୍ତ ମାଝୀ, କୁନ୍ଦୁରୁ ଜାନି, ରଶ୍ମିତା ସାହୁ ଓ ଗ୍ରାମର ଅନ୍ୟାନ୍ୟ ଲୋକେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସରକାରୀ ଓ ବେସରକାରୀ ଭାବରେ ଚିକିତ୍ସିତ ହେଉଛନ୍ତି । ହେଲେ ଗ୍ରାମରେ ଝାଡାବାନ୍ତି ରୋଗ ଥମିବାର ନା ନେଉ ନ ଥିବା ବେଳେ ଆଜି ଜଣେ ମହିଳାଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଆଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝାଡାବାନ୍ତି ରୋଗ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ହେଉଛି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁରଜ ଦୀପଙ୍କୁ ପଚାରିବାରୁ ଆମ ପାଖରେ ଏ ନେଇ ଖବର ନଥିଲା ବୋଲି କହିଛନ୍ତି । ଆକ୍ରାନ୍ତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରି

hiranchal ad1
Leave A Reply

Your email address will not be published.

seventeen + 9 =