ଦେଦର୍ହ ଗାଁରେ ବ୍ୟାପୁଛି ଝାଡାବାନ୍ତି : ଗୋଟିଏ ପରିବାରର ଦୁଇ ମୃତ, ଗାଁରେ ପହଞ୍ଚିଲେ ଜିଲ୍ଲାପାଳ

0 85

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁରେ ବ୍ୟାପୁଛି ଝାଡାବାନ୍ତି । ଏହି ରୋଗରେ ପ୍ରାୟ ୨୫ଜଣ ଲୋକଙ୍କ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କ ଜୀବନହାନୀ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବଳୁଲୁ ମେହେର( ୧୦) ବୋଲି ଜଣା ଯାଇଛି । ସୂଚନା ଅନୁସାରେ ଗାଁରେ ନବାନ୍ନ ପରେ କିଛି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ କୁମାରୀ ମେହେରଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ନାତି ବବୁଲୁର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୨୫ରୁ ଉଦ୍ଧ୍ୱର୍ ଆକ୍ରାନ୍ତ ଥିବା ଜଣାଯାଇଛି । ଦେଦର୍ହା ଗାଁରେ ଖପ୍ରାଖୋଲ ମେଡିକାଲ ଅଫିସର ଡ଼ା. ସୁରଜ୍‌ ଦୀପଙ୍କ ନେତୃତ୍ୱରେ ମେଡ଼ିକାଲ ଟିମ୍‌ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବ୍ଲିଚିଂ ପାଉଡର ପକାଯାଇଥିଲା । ସେହିପରି ଗାଁରେ ଝାଡ଼ାବାନ୍ତି ସଂପର୍କରେ ସ୍ୱାସ୍ଥ୍ୟ ବିଭଗ ଲୋକଙ୍କୁ ସଚେତନ କରିଥିଲା । ଅପରାହ୍ନରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ସ୍ଥାନୀୟ ସରପଞ୍ଚ , ଗ୍ରାମବାସୀ , ସ୍ୱାସ୍ଥ୍ୟ ବିଭାଗ ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ମୃତକ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କାର ଚେକ୍‌ ଓ ହରିଶ୍ଚନ୍ଦ୍ର ଯୋଜନାରେ ଚାରି ହଜାର ଟଙ୍କା ମୃତକ ପରିବାରକୁ ପ୍ରଦାନ କରିଥିଲେ । ଏହି ଅବସରେ ବଲାଙ୍ଗିର ସିଡିଏମଓ ଡ଼ା ସ୍ନେହଲତା ସାହୁ, ପାଟଣାଗଡ ଉପଜିଲ୍ଲପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଡ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ , ଉପଖଣ୍ଡ ମେଡ଼ିକାଲ ଅଫିସର ଡ଼ା.ସୁବ୍ରତ ମେହେର, ସିଡ଼ିପିଓ ସୁଜାତା ଦୋରା, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରିତା କୁଜୁର, ଚିନ୍ମୟ ପଧାନ, ସରପଞ୍ଚ ଦେବରାଜ ପଧାନ, ପିଇଓ ମୋହନ ବେହେରା ସମେତ ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରିବାରୁ ଗାଁର ପାନୀୟ ଜଳର ନମୁନା ସଂଗ୍ରହ କରାଯାଇଛି । ଗାଁରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟସେବା ଦଳକୁ ନିୟୋଜିତ କରାଯାଇଛି ଏବଂ ଝାଡ଼ାବାନ୍ତି ନିୟନ୍ତ୍ରଣାଧିନ ଅଛି ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

11 + 13 =