ଭୋଟର କାର୍ଡରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ

0 75

ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କର ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହିତ ସଂଯୋଗ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜିଲ୍ଲାପାଳ ନିର୍ବାଚନ ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ଏହା ଆରମ୍ଭ କରାଯାଇଥିଲା । ଏହି ରଥ ବୌଦ୍ଧ ସହର ଅନ୍ତର୍ଗତ ୨ଟି ନିର୍ବାଚନ ମଣ୍ଡଳୀର ବୌଦ୍ଧ ବ୍ଲକ, ହରଭଙ୍ଗା ବ୍ଲକ ଏବଂ କଣ୍ଟାମାଳ ବ୍ଲକର ଭୋଟରଙ୍କୁ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗୀକରଣ ପାଇଁ ସଚେତନତା ସୃଷ୍ଟି କରିବ ।

hiranchal ad1
Leave A Reply

Your email address will not be published.

3 × 3 =