ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ; ନାହାନ୍ତି ଡ଼ାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

0 247

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ହେଉଛି । ଗୋଟିଏ ପଟେ ଡାକ୍ତରଖାନାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ଚିକିତ୍ସାରେ ଅବହେଳା ହେବାସହ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି କରୁଛନ୍ତି କର୍ମଚାରୀ । ଏଭଳି ସଙ୍ଗିନୀ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଉପରେ ଉପଖଣ୍ଡ ସମେତ ପଡୋଶୀ ଜିଲ୍ଲାର କିଛିକାଂଶ ଲୋକେ ଚିକିତ୍ସା ପାଇଁ ନିର୍ଭରଶୀଳ । ହେଲେ ଡାକ୍ତର ଅଭାବ କାରଣରୁ ରୋଗୀ ଓ ସମ୍ପର୍କୀୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ଆଘାତ ହୋଇଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି । ଫଳରେ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନଥିବା ବାରମ୍ବାର ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଗୀଙ୍କୁ ରକ୍ତ ମିଳୁନି । ରୋଗୀଙ୍କ ସମ୍ପର୍କୀୟ ରକ୍ତ ପାଇଁ ଗଲେ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀ ସେମାନଙ୍କ ନିକଟରୁ ମୋଟା ରକମର ଅର୍ଥ ମାଗୁଥିବା ଅଭିଯୋଗ ହେଉଛି । ବାଲିଗୁଡ଼ା ଅଞ୍ଚଳର କିଛି ଯୁବଗୋଷ୍ଠୀ ଦୈନନ୍ଦିନ ରୋଗୀଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତ ଯୋଗାଇ ଆସୁଛନ୍ତି । ହେଲେ ଯେତେ ସବୁ ରକ୍ତଦାନ ଶିବିର ଆୟୋଜନ ହେଉଛି ସେସବୁ ଯାଉଛି କୁଆଡେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାସହ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ତୁରନ୍ତ ଆବଶ୍ୟକ ଅନୁଯାୟୀ ଖାଲିଥିବା ଡାକ୍ତର ନିଯୁକ୍ତି କରିବା ସହ ରକ୍ତ ଭଣ୍ଡାରରେ ଘଟୁଥିବା ଲାଞ୍ଚ କାରବାର କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × two =