ଜିଲ୍ଳା ପାଠାଗାରର ଉନ୍ନତିକରଣ ଏବଂ ପରିଚାଳନା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ

0 56

ବୌଦ୍ଧ,୬ା୯ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ଅନୁଯାୟୀ ସମୀକ୍ଷା କରାଯାଇଥିଲା । ସର୍ବପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିବରଣୀ ପାଠ କରିଥିଲେ । ଜିଲ୍ଲା ସଂସ୍କୃତି ଭବନର ରକ୍ଷଣା ବେକ୍ଷଣ ଏବଂ ସୁପରିଚାଳନା ନିମନ୍ତେ କମିଟି ଗଠନ କରାଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ମାଧ୍ୟମରେ ଖାଲ ଯାଗାରେ ମାଟି ପକାଯିବା ସହିତ ସଂସ୍କୃତି ଭବନର ପୁନରୁଦ୍ଧାର କାର୍ଯ୍ୟ ସକାଶେ ବୈଠକରେ ଆଲୋଚନା କରାଯାଇଥିଲା । ତତ୍‌ସହିତ ଉକ୍ତ କୋଠାକୁ ସଂଲଗ୍ନ କରାଯାଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯିବା ସକାଶେ ନିଷ୍ପତି ଗ୍ରହଣ କରାଯାଇଥିଲା । ପାଠକ ପାଠିକା ସଂଖ୍ୟା ବୃଦ୍ଧି କରାଯିବା ସହିତ ଇ ଲାଇବ୍ରେରୀ କର୍ଣ୍ଣର, ବରିଷ୍ଠ ନାଗରିକ ଲାଇବ୍ରେରୀ କର୍ଣ୍ଣର ଓ ଛୋଟ ପିଲାମାନଙ୍କ ଲାଇବ୍ରେରୀ କର୍ଣ୍ଣର କରାଯିବା ସକାଶେ ନିଷ୍ପତି ଗ୍ରହଣ କରାଯିବା ସହିତ ଆଜୀବନ ସଦସ୍ୟ ରହିବା ପାଇଁ ଶହେ ଟଙ୍କାର ଏକ ରସିଦ କାଟି ଅଧିକ ଅଧିକ ସଦସ୍ୟ କିପରି ସଦସ୍ୟଭୁକ୍ତ ହୋଇପାରିବେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଓଡିଶା ସରକାରଙ୍କ ରାଜ୍ୟ ସଂସ୍କୃତି ବିଭାଗକୁ ସଂସ୍କୃତି ଭବନ ପ୍ଲାନ, ଏଷ୍ଟିମେଟ ଡିଜାଇନ ଖୁବ ଶୀଘ୍ର ଅନୁମୋଦନ ପାଇଁ ପଠାଯିବ ଏବଂ ଲାଇବ୍ରେରୀର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଲାଇବ୍ରେରୀର ନଷ୍ଟ ହେବାକୁ ବସିଥିବା ପୁସ୍ତକ ଗୁଡିକର ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା, ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ଲାଇବ୍ରେରିଆନ ଯୁଧିଷ୍ଠିର ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + 4 =