ସ୍ୱାମୀଙ୍କ ମୃତ୍ୟୁକୁ ୩ବର୍ଷ ବିତିଲା, ସୁନନ୍ଦାଙ୍କୁ କେବେ ମିଳିବ ବିଧବା ଭତ୍ତା ?

0 280

ବାଲିଗୁଡ଼ା: ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଜଣେ ମହିଳା ବିଧବା ହେବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ଏହି ଯୋଜନାରୁ ବଞ୍ଚିତ ହୋଇରହିଛନ୍ତିି ଏହି ଯୋଗ୍ୟ ହିତାଧିକାରୀ । ୩ବର୍ଷ ଧରି ସେ ବିଧବା ଭତ୍ତା ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶୃତି ମିଳୁଥିବା ଅଭିଯୋଗ କରିଛନ୍ତି । ସୂଚନା ମୁତାବକ କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ସୁନନ୍ଦା ମୁଠା ମାଝୀଙ୍କ ସ୍ୱାମୀ ବଳିନ୍ଦ୍ର ମୁଠା ମାଝୀଙ୍କର ୩ବର୍ଷ ତଳେ ମୃତ୍ୟ ଘଟିଥିଲା । ବର୍ତ୍ତମାନ ଘରେ ବିଧବା ସୁନନ୍ଦା ମୁଠାମାଝୀ ଅସହାୟ ଭାବରେ ନିଜର ୮ବର୍ଷ ର ଝିଅ ସହିତ ଏକ ଛୋଟିଆ ମାଟି ଘରେ ରହୁଛନ୍ତି । ପରିବାରରେ ଆଉ କେହି ସାହା ଭରସା ନାହାନ୍ତି । ଭତ୍ତା ଆବେଦନ ପାଇଁ ଗୋଟିଏ ଥର ଦାରିଙ୍ଗବାଡ଼ି ଯିବାକୁ ହେଲେ ଯିବା ଆସିବା ପାଇଁ ବହୁତ ଖର୍ଚ୍ଚ ହେଉଥିବାରୁ ବର୍ତ୍ତମାନ ସେ ଟଙ୍କା ଖର୍ଚ୍ଚ କରି ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟକୁ ଯାଇ ପାରୁନଥିବା ପ୍ରକାଶ କରିଥିବା ବେଳେ କିଛି ଗ୍ରାମବାସୀ ଥରେ ଦି ଥର ସାହାଯ୍ୟ କରିଛନ୍ତି କିନ୍ତୁ ସବୁବେଳେ ଗ୍ରାମବାସୀମାନେ ସାହାଯ୍ୟ କରିବା ସମ୍ଭବ ପର ହୋଇ ପାରୁନାହିଁ । ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ସରକାରଙ୍କ ଯୋଜନାରୁ ଆର୍ଥୀକ ସହାୟତା ଭତ୍ତା ପାଇବାରୁ ବଞ୍ଚିତ ରହୁଛନ୍ତି ବୋଲି ଅଭିଯୋଗ ହେଉଅଛି । ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଲୋକ ସଙ୍ଗଠନ ଜୀବିକା ସୁରକ୍ଷା ମଞ୍ଚର ସଦସ୍ୟ ଜୋୟେଲ ପ୍ରଧାନ, ସୁଧାକର ପ୍ରଧାନ, ରାଜୀବ ମଲ୍ଲିକ, ସୁବାଷ ସଭାସୁନ୍ଦର ପ୍ରମୁଖ ଅସହାୟ ମହିଳାଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 + 20 =