ଘୁ.ଉଦୟଗିରି : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ରାଜ୍ୟରେ ଆସନ୍ତା ଗାନ୍ଧି ଜୟନ୍ତି ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯିବ । ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ଼ ପରିଚୟ ଗୃହ ଠାରେ ଆଜାଦି କା ଅମୃତ ମହୋତ୍ସବ ୱାର୍ଡ଼ ବାସିନ୍ଦାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମର ଛାତ୍ର ଛାତ୍ରୀ, ଯୁବ ଗୋଷ୍ଠୀ, ବିଭିନ୍ନ ମହିଳା ଗ୍ରୁପ ମାନଙ୍କ ମଧ୍ୟରେ “ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ” ଓ “ସମାଜରେ ସ୍ୱଚ୍ଛତା ଅବଲମ୍ବନ ଏକ ମାନବିକ କର୍ତ୍ତବ୍ୟ” ବିଷୟକୁ ନେଇ ନୃତ୍ୟ ,ସଙ୍ଗୀତ ,ଚିତ୍ରାଙ୍କନ ଓ ବକ୍ରୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ଗୁଡ଼ିକରେ ସମୁଦାୟ ୨୭ ଜଣ ପ୍ରତିଯୋଗୀ ଓ ୨ ଗୋଟି ଗ୍ରୁପ ଭାଗ ନେଇଥିଲେ । ଅତିସୁନ୍ଦର ଭାବରେ ମହୋତ୍ସବର ଆୟୋଜନ କରାଯାଇଥିବା ୧୧ ନଂ ୱାର୍ଡ଼ ହାତିବାଲି, ଜଡ଼ାଙ୍ଗବାଲି ଗ୍ରାମବାସୀ ମତପ୍ରକାଶ କରିଥିଲେ । ପରିଷଦର ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସ୍ଥାନୀୟ ୱାର୍ଡ଼ କାଉନସିଲର ଲିପିକା ପ୍ରଧାନ,ମୋନାଲିସା ଦଳବେହେରା, ନନ୍ଦିତା ପ୍ରଧାନ, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ସତ୍ୟପ୍ରକାଶ ଦାସ, ଏମଆଇଏସ ମୁକେଶ ରଞ୍ଜନ ନାୟକ, ମୁକ୍ତା ଯୋଜନା ଇମ୍ପ୍ଲିମେଣ୍ଟ ଅଧିକାରୀ ନିଶିକଳା ମହାନ୍ତି, ସିଓ ଜୀବନ ଜ୍ୟୋତି ପାତ୍ର, ସିଏମଏମ ଭବାନୀ ପ୍ରସାଦ ବେହେରା, କନିଷ୍ଠ ସହାୟକ ସୁନ୍ଦରା ସୁରେନ, ଯୋଗେଶ ପାସ୍ପୁ ରେଡ୍ଡୀ, ଗଣେଶ ଜେନା, ସଲମା ଆରୁଖ, ମିଶନ ଶକ୍ତି ଗ୍ରୁପ ସଦସ୍ୟା, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ ୱାର୍ଡ଼ବାସୀ ଙ୍କ ସହ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । କାର୍ଯ୍ୟାଳୟ ତରଫରୁ । ଉତ୍ସବ କାର୍ଯ୍ୟକ୍ରମକୁ ୱାର୍ଡ଼ବାସୀ ଉତ୍ସାହର ସହିତ ଉପଭୋଗ କରିବା ସହ ଏପରି କାର୍ଯ୍ୟର ଆୟୋଜନ କରିଥିବାରୁ ପରିଷଦକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ବିବେକାନନ୍ଦ ସାମଲ,ସୁଦୟ ବେହେରା, ଅମରନାଥ ନାୟକ, ଚୈତନ୍ୟ ମୁଖୀ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡ଼ ରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଆୟୋଜିତ ହେବାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।