ଲଣ୍ଡନ୍ : ବ୍ରିଟେନର ନବନିର୍ବାଚିତ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର୍ ସୁଏଲା ବ୍ରେଭର୍ମ୍ୟାନ୍ଙ୍କୁ ୟୁକେର ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ପୂର୍ବରୁ ପ୍ରୀତି ପଟେଲ୍ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ । ଏବେ ପ୍ରୀତି ପଟେଲ୍ଙ୍କ ଉତ୍ତରାଧିକାରୀ ଭାବେ ସୁଏଲା ବ୍ରେଭର୍ମ୍ୟାନ୍ ନିଯୁକ୍ତ କରାଯାଇଛି । ୪୨ ବର୍ଷୀୟ ବ୍ରେଭର୍ମ୍ୟାନ୍ କଞ୍ଜରଭେଟିଭ ପାର୍ଟିର ଦକ୍ଷିଣ ପୂର୍ବ ଇଂଲଣ୍ଡର ଫେର୍ହମ୍ ଏମପି ଅଛନ୍ତି । ବୋରିସ୍ ଜନସନ୍ଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ସୁଏଲା ବ୍ରେଭର୍ମ୍ୟାନ୍ ଆଟୋର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ସ୍ପାର୍ଟମ ଟରି (କଞ୍ଜର୍ଭେଟିଭ୍ ପାର୍ଟି) ନେତା ତଥା ପ୍ରଧାନମନ୍ତ୍ରୀ ଜନ୍ସନ୍ଙ୍କ ସ୍ଥାନରେ ଆଉ ଜଣଙ୍କୁ ନିର୍ବାଚିତ କରାଯାଉ ବୋଲି ଯେଉଁ କେତେ ଜଣ ପ୍ରସ୍ତାବ ଦେଇଥିଲେ ସେଥିରେ ସୁଏଲା ଥିଲେ ଅନ୍ୟତମା । ୧୯୮୦ ଏପ୍ରିଲ ୩ତାରିଖରେ ସୁଏଲା ଜନ୍ମଗ୍ରହଣ କରିଥିଲେ । ଦୁଇ ସନ୍ତାନର ଜନନୀ ସୁଏଲା ବ୍ରେଭର୍ମ୍ୟାନ୍ଙ୍କ ମା ଜଣେ ତାମିଲ ହିନ୍ଦୁ ହୋଇଥିବା ବେଳେ ବାପା ଖ୍ରିଷ୍ଟିଆନ୍ । ମାରୁଟିୟସରେ ରହୁଥିବା ୧୯୬୦ ମସିହାରେ ସୁଏଲାଙ୍କ ମା’ ୟୁକେ ପଳାଇ ଯାଇଥିବା ବେଳେ ତାଙ୍କ ବାପା କେନିଆରୁ ୟୁକେ ପଳାଇ ଆସିଥିଲେ । ୨୦୧୫ରେ ସୁଏଲା ଇଂଲଣ୍ଡର ଫେର୍ହମ୍ ଏମପି ଭାବେ ନିର୍ବାଚିତ ହୋଇଥିଲା । ଲିଜ୍ ଟ୍ରସ୍ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସୁଏଲା ସମର୍ଥନ କରିଥିଲେ । ବିବିସି ରିପୋର୍ଟ ଅନୁଯାୟୀ, ସୁଏଲାଙ୍କୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ମିଳିଛି ।