ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

0 182

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ । ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି । ପରିବାର ଲୋକ ଆତ୍ମହତ୍ୟା କହୁଥିବା ବେଳେ ପ୍ରକୃତ କାରଣ ଜଣାପଡି ନାହିଁ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଶୁଣିବାକୁ ମିଳିଛି । ତେବେ ପୁଲିସ ଗଲାବେଳକୁ ମୃତ ଶରୀର ତଳେ ପଡିଥିଲା । ତେବେ ପୋଲିସ ମହିଳାଙ୍କ ସ୍ୱାମୀ ପ୍ରଶାନ୍ତ ରାଉତକୁ ଅଟକ ରଖି ପଚରା ଉଚରା କରୁଛି । ମୃତ ମହିଳାଙ୍କ ଭାଇ ରାମବିଶି ପ୍ରଧାନ କହିଛନ୍ତି ଭଉଣୀ କେମିତି ମଲା ଆମେ କହିପାରିବୁ ନାହିଁ । ସେହିପରି ୧୩ ନମ୍ବର ୱାର୍ଡ ମେମ୍ବର ମେଧାବୀ ମିଶ୍ର ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

12 − eleven =