ସୁନା ଇଟା ଦେଖାଇ ଲୁଟ ଘଟଣାରେ ଚାରି ଗିରଫ

0 105

ନବରଙ୍ଗପୁର: ସୁନା ଇଟା କାରବାର ନେଇ ନବରଙ୍ଗପୁର ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନକଲି ଇଟା ଦେଖେଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ସହ ୪ କିଲୋ ୩୦୦ ଗ୍ରାମ୍‌ ଓଜନର ନକଲି ସୁନା ଇଟା ଜବତ କରାଯାଇଛି । ଗିରଫ ଚାରି ଜଣଙ୍କ ଭିତରୁ ଦୁଇ ଜଣ ନବରଙ୍ଗପୁର ସହରର ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ମିଥୁନ ସାହୁ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଅଞ୍ଚଳର ସାଗର ଗୌଡ଼ଙ୍କୁ ଏକ ସୁନା ଇଟା କିଣିବା ପାଇଁ ନବରଙ୍ଗପୁର ଡାକିଥିଲେ । ଗତ ଅଗଷ୍ଟ ୩୦ରେ ନବରଙ୍ଗପୁର ପହଞ୍ଚିବା ପରେ ସାଗର ଇଟା ଦେଖିବା ପରେ ଯାଞ୍ଚ କରି ପଇସା ଦେବି କହିବା ପରେ ଅଭିଯୁକ୍ତମାନେ ତାଙ୍କ ଠାରୁ ଝାମ୍ପି ନେଇଥିଲେ ଦଶ ଲକ୍ଷ ଟଙ୍କା । ପୋଲିସ ତଦନ୍ତ ପରେ ମଧ୍ୟସ୍ଥି ସାଜିଥିବା ମିଥୁନ ସାହୁ ହିଁ ମୁଖ୍ୟ ଅପରାଧୀ ବୋଲି ଜଣାପଡିଥିଲା । ପଚରାଉଚୁରା ପରେ ମିଥୁନ ସମସ୍ତ ଅପରାଧୀଙ୍କ ନାଁ କହିଥିଲା ।

hiranchal ad1
Leave A Reply

Your email address will not be published.

five × five =