ମଦ ଦୋକାନ ଖୋଲିବା ସପକ୍ଷରେ ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ

0 75

ନବରଙ୍ଗପୁର: ଗୁରୁବାର ରାଇଘର ବ୍ଲକ ଗାଞ୍ଜପାରା ଅଞ୍ଚଳର ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଗ୍ରାମବାସୀମାନେ ସେମାନଙ୍କ ଅଞ୍ଚଳରେ ପ୍ରସ୍ତାବିତ ସରକାରୀ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ଅନୁରୋଧ କରିଛନ୍ତି । ଗଞ୍ଜାପାରା ଠାରେ ଖାତା ନମ୍ୱର ୬୧/୧୮୭ ଓ ପ୍ଲଟ ନମ୍ୱର ୪୭୬/୬୩୪ ଠାରେ ପ୍ରସ୍ତାବିତ ମୋଦ ଦୋକାନ ଖଲା ଗଲେ ସେମାନଙ୍କର କୌଣସି ଆପତ୍ତି ରହିବ ନାହିଁ ବୋଲି ସେମାନେ ସ୍ୱଷ୍ଟ କରିଛନ୍ତି । ବରଂ ଏହାଦ୍ୱାରା ସରକାରଙ୍କ ରାଜସ୍ୱ ବୃଦ୍ଧି ଘଟିବାରେ ଏହା ସହାୟକ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହି ସ୍ମାରକ ପତ୍ର ମାଧ୍ୟମରେ ମାଆ ଖମେଶ୍ୱରି ଏସଏଚ୍‌ଜି ସଭାପତି ଓ ସଂପାଦକଙ୍କ ସମେତ ସୁକବତି ମାଳି, ଗଙ୍ଗା ମାଳି, ଜଗତି ମାଳି, ଜଗବତୀ ମାଳି, ସୁରଜ୍‌ ମାଳି, ଅମର ମାଳି, ସାତିବ ମାଳି, ଯମୁନା ମାଳି ପ୍ରମୁଖ ଦାବି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five + 10 =