ବୌଦ୍ଧରେ ଫିଜିଓଥେରାପି ଦିବସ ପାଳିତ

0 165

ବୌଦ୍ଧ,୮/୯- ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ୟୁନିଟରେ ଏହି ଦିବସ ପାଳିତ ହୋଇଯାଇଛି । ଫିଜିଓଥେରାପି ବିଭାଗ ମୁଖ୍ୟ ଡ. ଶିଲା ମହାରଣା, ତାଙ୍କ ସହଯୋଗୀ ଡ. କୃଷ୍ଣ ପ୍ରସାଦ ସାହୁ ଓ ଡ. ଅମିତ ମିଶ୍ର ଯୋଗଦେଇ ଫିଜିଓଥେରାପିର ଗୁଣବତ୍ତା ଓ ଏହାର ଆବଶ୍ୟକତା ଉପରେ ଉପସ୍ଥିତ ବରିଷ୍ଠ ନାଗରିକ, ରୋଗୀଙ୍କୁ ବୁଝାଇଥିଲେ । ସ୍ୱାସ୍ଥ୍ୟ ସୁରକ୍ଷା ଓ ଶାରୀରିକ ସକ୍ଷମତାରେ ଫିଜିଓଥେରାପିଷ୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ଏବଂ ଏଥିସହିତ ଆଜିର ବିଷୟବସ୍ତୁ ଆଣ୍ଠୁଗଣ୍ଠି ବାତ ଓ ତାହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ପ୍ରତିଦିନ ଏହି ଫିଜିଓ ଥେରାପି ୟୁନିଟକୁ ଶତାଧିକ ରୋଗୀ ବୌଦ୍ଧଜିଲ୍ଲା ତଥା ଆଖପାଖ ଅଞ୍ଚଳରୁ ଆସି ଉପକୃତ ହେଉଥିବା ଡାକ୍ତରମାନେ ପ୍ରକାଶ କରିଥିଲେ ।

hiring

ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା, ସ୍ପାଇନାଲ ଅସୁବିଧା, ପାରାଲିସିସ, ଖେଳଜନିତ ଆଘାତ, ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ରୋଗୀ ଏହି ୟୁନିଟକୁ ଆସି ଉପକୃତ ହେଉଥିବାରୁ ଏଠାକାର ଡାକ୍ତରମାନଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ରୋଗୀ, ସମାଜସେବୀ ଓ ସାମ୍ବାଦିକମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

four + 5 =