ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

0 70

ବୌଦ୍ଧ,୮/୯- ଆଜି ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରକାଳୀନ ପ୍ରାପ୍ୟ ସମ୍ବନ୍ଧୀୟ ଆସିଥିବା ୩୭ଟି ଅଭିଯୋଗରୁ ଜିଲ୍ଲାପାଳ ବୌଦ୍ଧ ୧୫ଟି ତୁରନ୍ତ ସମାଧାନ କରିବା ସହିତ ୭ଦିନ ଭିତରେ ୧୦ଟି, ୧୫ଦିନ ଭିତରେ ୫ଟି ଓ ଅବଶିଷ୍ଟ ୭ଟି ଉପରେ ନିଆଯାଇଥିବା ପଦକ୍ଷେପ ସହିତ ଆସନ୍ତା ସେପ୍‌ଟେମ୍ବର ୧୩ତାରିଖରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଅଦାଲତରେ ପେନସନର ମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ସେମାନଙ୍କ ବସିବା ପାଇଁ, ପାନୀୟ ଜଳ, ଖାଦ୍ୟ ପାଇଁ ମଧ୍ୟ ବ୍ୟବସ୍ଥା ସହିତ ଉକ୍ତ କେଶର ଫଇସଲା ଯେମିତି ଖୁବଶୀଘ୍ର ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେଉଥିଲେ ଖୋଦ ଜ଼ିଲ୍ଲାପାଳ । ଏଥିପାଇଁ ପ୍ରତ୍ୟେକ ବିଭାଗର ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା । ସମସ୍ତ କାଉଣ୍ଟରରେ ପ୍ରତ୍ୟେକ ବିଭାଗର ଅଧିକାରୀ ପ୍ରସ୍ତୁତ ଥିଲେ । ପଞ୍ଜିକରଣ କାଉଣ୍ଟରରେ ପଞ୍ଜିକରଣ ପରେ ଅଭିଯୋଗର ସମାଧାନ ପ୍ରତି ଧ୍ୟାନ ଦିଆଯାଉଥିଲା । ଏହି ପେନସନ ଅଦାଲତରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ପୋଲିସ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଟି. ଆର. ଓ. ମହାପାତ୍ର କୁଲଦୀପ ମହାନ୍ତି, ଉପ-ଜ଼ିଲ୍ଲାପାଳ ସନତ କୁମାର ନାୟକ, ତହସିଲଦାର ଦେବୀ ପ୍ରସାଦ ଦାସ, ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ସମସ୍ତ ଜ଼ିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ସମସ୍ତ ସି. ଡ଼ି. ପି. ଓ. ଏବଂ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − sixteen =