ଭାରସାମ୍ୟ ହରାଇ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

0 369

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ,ଡ୍ରାଇଭର ଗୁରୁତର । ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର୍ ସାହାଯ୍ୟରେ ଚାପି ହୋଇଥିବା ସ୍ଥାନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଅଟୋ ଚାଳକ ସଙ୍ଘର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ଜଣାପଡ଼ିଛି। ଘଟଣା ପ୍ରକାରେ ଏକ ହାଇଓ୍ବା (ଓଡି ୦୮ଟି-୦୪୪୪) ଜଲେଶପଟ୍ଟା କ୍ରସରରୁ ଗୋଡ଼ି ନେଇ ଦାରିଙ୍ଗବାଡି ଅଞ୍ଚଳରେ ପହଁଚାଇ ସେଠାରୁ ପୁଣି ଜଲେଶପଟ୍ଟା କ୍ରସରକୁ ଫେରିବା ବେଳେ ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଅଟୋ (ଓଡି ୧୨ସି-୫୩୬୨)କୁ ପ୍ରଥମେ ଧକ୍କା ଦେବାପରେ ପୁଣି ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ହାଇଓ୍ବା । ଅଟୋ ଡ୍ରାଇଭର ଶିଶିର ଦିଗାଳ ରାସ୍ତା କଡ଼ରେ ଅଟୋ ରଖି ନିଜ ସମ୍ପର୍କୀୟ ଘରକୁ ଯାଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିନ୍ତୁ ଦୁର୍ଘଟଣା ଘଟାଇଥିବା ହାଇଓ୍ବାର ସମ୍ମୁଖ ଭାଗ ଚାପିହୋଇ ଯାଇଥିବା କାରଣରୁ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ

hiranchal ad1
Leave A Reply

Your email address will not be published.

5 × 1 =