କୋଣାର୍କ ଓ ରାମଚଣ୍ଡୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲାପାଳ

0 94

ପୁରୀ : କୋଣାର୍କ, ଚନ୍ଦ୍ର ଭାଗା, ରାମଚଣ୍ଡୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ । କିଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, କାର୍ଯ୍ୟ ସଠିକ୍‌ ସମୟରେ ସରିବ ସେ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ରାମ ଚାଣ୍ଡି ମନ୍ଦିର ସମେତ ରାମ ଚଣ୍ଡୀ ବିଚ୍‌ ବିକାଗ କରାଯିବା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସମସ୍ତ ସୁବିଧା ରହିବ । ସେହିପରି ଚନ୍ଦ୍ରଭାଗା ବେଳାଭୁମିରେ ଏକ କିଲୋମିଟର ବେଳାଭୂମିକୁ ବିକାଶ କରାଯିବ । ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନ, ସୁନ୍ଦର ପାର୍କ ବ୍ୟବସ୍ଥା କରାଯିବ । ସେହିପରି କୋଣାର୍କ ମନ୍ଦିର ଚାରିପାଖରେ ଚାଲିଥିବା ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ । କୋଣାର୍କରେ ହେବାକୁ ଥିବା ରିଙ୍ଗ ରୋଡ, ରାସ୍ତାର ବିକାଶ ପାଇଁ ସବୁ ପଦକ୍ଷେପ ନିଆଯିବ । ଖୁବ୍‌ ଶୀଘ୍ର ଟେଣ୍ଡର ସରିବା ପରେ କାର୍ଯ୍ୟ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

two × one =