ମହାରାଣୀଙ୍କ ପରଲୋକରେ ରବିବାର ଭାରତ ପାଳନ କରିବ ରାଷ୍ଟ୍ରୀୟ ଶୋକ

0 73

ନୂଆଦିଲ୍ଲୀ,୯/୯ : ମହାରାଣୀ ଏଲିଜାବେଥ-୨ଙ୍କ ପରଲୋକରେ ସାରାବିଶ୍ୱ ପାଳନ କରୁଛି ଶୋକ । ବିଭିନ୍ନ ଦେଶ ଭିନ୍ନଭିନ୍ନ ଦିନରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ଘୋଷଣା କରିଛନ୍ତି । ଭାରତ ଆସନ୍ତା ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ବୋଲି ଘୋଷଣା କରିଛି । ଆଜି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଆଜି ହୋଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ମହାରାଣୀ ଏଲିଜାବେଥଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ,ଆସନ୍ତା ୧୧ ତାରିଖ ରବିବାର ଏକଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଦେଶର ବିଭିନ୍ନ ଭାଗରେ ଏହା ପାଳନ କରାଯିବ । ତା ସହିତ ସେହିଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ସେହିଦିନ କୌଣସି ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି । ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍‌ ପାର୍କରେ ତୋପ ସଲାମି ଦିଆଯିବ । ସେହିପରି ୱେଷ୍ଟମିନିଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍‌ ବଜାଯିବ । ୟୁନିୟନ ଫ୍ଲାଗ୍‌ ଅର୍ଦ୍ଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍‌ ଅଣାଯିବ । ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ୱେଷ୍ଟମିନିଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ।

hiranchal ad1
Leave A Reply

Your email address will not be published.

1 × three =