ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

0 74

ସିମଲା: ଉନା ଜିଲ୍ଲା ମୁଖ୍ୟାଳୟ ନିକଟ କୁଠାର କାଲାଂରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ପୋଲକୁ ଧକ୍କା ପଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ବିଳମ୍ବିତ ରାତିରେ ସନ୍ତୋଷଗଡରୁ ଉନା ଅଭିମୁଖେ ଯାଉଥିବା ଏକ କାର ରାସ୍ତା କଡ଼ରେ ଥିବା ପୋଲକୁ ଧକ୍କା ଦେବା ପରେ କ୍ଷେତରେ ଓଲଟି ପଡିଥିଲା । କାରର ଧକ୍କା ହେବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଓ ଆହତମାନଙ୍କୁ ଉଦ୍ଧାର କରିବା ସମୟରେ କାରକୁ କାଟିବାକୁ ପଡିଥିଲା ।
ସୂଚନାଅନୁସାରେ, ଦ୍ରୁତ ଗତିରେ ଆସୁଥିବା କାରଟି ଉନା ରାସ୍ତାର ପାର୍ଶ୍ୱରେ ଥିବା ଏକ ପୋଲ ସହିତ ମୁହାଁମୁହିଁ ଧକ୍କା ହେବା ପରେ କାରଟି କ୍ଷେତରେ ଓଲଟି ପଡିଥିଲା । ସେହି ସମୟରେ କାରରେ ୫ଜଣ ଯାତ୍ରୀ ରହିଥିବା ବେଳେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଡାକ୍ତରଖାନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ସାଲୋହ ବାସିନ୍ଦା ରାଜନ ଜସୱାଲ, ଅମାନ ଜସୱାଲ, ବିଶାଲ ଚୌଧୁରୀ, ସିମରନ ଜିତ ସିଂ, ଅନୁପ ସିଂ । ରାଜନ ଜସୱାଲ ଏବଂ ଅମାନ ଜସୱାଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

hiranchal ad1
Leave A Reply

Your email address will not be published.

3 × 4 =