୬ ବର୍ଷ ଧରି ଭଡାରେ ଚାଲିଛି ଦୂଡା ପଞ୍ଚାୟତ କାର୍ଯ୍ୟାଳୟ

0 156

ଦଶପଲ୍ଲା : ପଞ୍ଚାୟତ ଗଠନ ହେବାର ୬ ବର୍ଷ ପରେ ବି ଭଡ଼ାରେ ଚାଲିଛି ଦୁଡା ପଞ୍ଚାୟତ କାର୍ଯ୍ୟାଳୟ । ୨୦୧୬ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା ଦୁଡ଼ା ପଞ୍ଚାୟତ । ନୂତନ ଭାବେ ଗଠିତ ହୋଇଥିବା ଏହି ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ଦୁଡା ଗ୍ରାମର କୋଠଘରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ଏହାପରେ ୨୦୧୯ ମସିହାରେ ଦୁଡ଼ା ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ପାଇଁ ଟେଣ୍ଡର ହୋଇଥିବା ବେଳେ ଗତ ୨୦୨୦ ମସିହା ଜାନୁଆରୀ ମାସ ୮ ତାରିଖ ରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ପଞ୍ଚାୟତର ନୂତନ କାର୍ଯ୍ୟାଳୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଇତି ମଧ୍ୟରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବା ଦେଖିବାକୁ ମିଳିଛି ।

hiring

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟର ନୂତନ ଗୃହ ସମ୍ପୂର୍ଣ୍ଣ ହୋଇ ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଶାସକ ଦଳର ଛତ୍ର ଛାୟା ତଳେ ରହି ଏହି ଠିକାଦାର ଏହି ପଞ୍ଚାୟତର ସମସ୍ତ ବିକାଶ ମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ନିମ୍ନ ମାନର କାମ ଓ କାମରେ ବିଳମ୍ବକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାରଙ୍କ ଅବହେଳା ଓ ମନମୁଖୀ ପାଇଁ ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପାର୍ଶ୍ୱରେ ଗାଁ କୋଠ ଘରେ ଭଡ଼ାରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିବା ବେଳେ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁ ଜାଣି ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠୁଛି । ତୁରନ୍ତ ପଞ୍ଚାୟତର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦୁଡା ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =