ଦାଦନ ଶ୍ରମିକ ମାନଙ୍କ ସଚେତନତା ଶିବିର

0 302

ଖପ୍ରାଖୋଲ,୧୧/୯- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ପ୍ରାଣୀସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକ ମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ୍‌ ପ୍ରାଣୀସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକ ମାନଙ୍କୁ ସରକାରୀ ଯୋଜନା, ଶ୍ରମ ଆଇନ୍‌, ମାନବାଧିକାର ନିୟମାବଳୀ, ସ୍ୱେଚ୍ଛାକୃତ ପଞ୍ଜିକରଣ ତଥା ଶ୍ରମ କାର୍ଡ ତିଆରି, ନବୀକରଣ ତଥା ଜବ୍‌କାର୍ଡ ତିଆରି, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଇତ୍ୟାଦି ସମ୍ପର୍କରେ ସଚେତନ କରିଥିଲେ ଏବଂ ସରକାରଙ୍କ ଯୋଜନା ଗୁଡ଼ିକୁ ନିଜ ନିଜ ଭିଟାମାଟିରେ ରହି ତାର ଲାଭ ଉଠାଇ ସଫଳ ରୂପାୟନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ କରାଇଥିଲେ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯାଇ ନିଜ ଗ୍ରାମରେ ରହି ଗ୍ରାମର ତଥା ନିଜ ନିଜର ଆର୍ଥିକ ଉନ୍ନତି କରିବା ଦିଗରେ ସମାଜସେବୀ ଡ଼.ଶତପଥୀ ସୂଚନା ଓ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବେ ଭାନପୁର ସରପଞ୍ଚ ଙ୍କ ପ୍ରତିନିଧି ଡିଲେଶ୍ୱର୍‌ ଜାଲ, ଭାନପୁର ପ୍ରାଣୀଧନ ନିରୀକ୍ଷକ ରୋଜାଲିନ ମିଶ୍ର , ତେଲେନପାଲି ପ୍ରାଣୀଧନ ନିରୀକ୍ଷକ ଝରଣାମୟୀ ଗଡତ୍ୟା, ପ୍ରାଣୀ ଚିକିତ୍ସା ସହାୟକ ଏବଂ କବି ସତ୍ୟାନନ୍ଦ ଭୋଇ ତଥା ବ୍ରାହ୍ମଣୀ ଗ୍ରାମର ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ , ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟା , ୱାର୍ଡ ମେମ୍ବରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଜାଲ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ ତାଙ୍କ ପାଣ୍ଠିରୁ ଏବଂ ଗ୍ରାମ ପଞ୍ଚାୟତ ତରଫରୁ ଆଗାମୀ ଦିନରେ ବ୍ରାହ୍ମଣୀ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ସକାଶେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତିଦେଇ ସରକାରଙ୍କ ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭାନପୁର ଗ୍ରାମ ପଞ୍ଚାୟତକୁ ଦାଦନମୁକ୍ତ କରିବାରେ ସେ ପ୍ରଶାସନକୁ ସହଯୋଗ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଉକ୍ତ ଦାଦନ ସଚେତନତା ଶିବିରରେ କବି ଦାଦନ ସମ୍ବନ୍ଧୀୟ କବିତା ପାଠ କରି ଦାଦନଶ୍ରମିକ ତଥା ଗ୍ରାମବାସୀଙ୍କ ମନରେ ନୂତନ ସମ୍ଭାବନାର ଆଶା ସଂଚାର କରିଥିଲେ । ବ୍ରାହ୍ମଣୀ ଗ୍ରାମର ଯୁବ ସମାଜସେବୀ ଶ୍ରୀ ବିଶ୍ୱଜିତ ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ ତଥା ଦାଦନ ପ୍ରଥା ର ମୂଳୋତ୍ପାଟନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 + fifteen =