ଫୁଲବାଣୀ:-କନ୍ଧମାଳ ଜିଲ୍ଲା ସ୍ଥାନୀୟ ଏସବିଆଇ ଆରସେଟି ଫୁଲବାଣୀ ଠାରେ ଗୋପାଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ୍ ଶିବିର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଆକାଂକ୍ଷା ଜିଲ୍ଲା ଅଧୀନସ୍ଥ କାର୍ଯ୍ୟକ୍ରମ ଜରିଆରେ ଏହା ସମାପନ ହୋଇଅଛି । ପ୍ରାଣୀ ସମ୍ପଦ ବିକାଶ ବିଭାଗର ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡଃ ଅଳକା ପଟ୍ଟନାୟକଙ୍କ ସଂଯୋଜନା କ୍ରମେ ମାନବ ସମ୍ବଳ ଭାବେ ଡଃ ସନ୍ତୋଷ କୁମାର ପଟ୍ଟନାୟକ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ରୋଗ ନିୟନ୍ତ୍ରଣ, ଡଃ ଦିଗବିଜୟ ଗିରି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରାଣୀ ମଙ୍ଗଳ, ଡଃ ରଞ୍ଜନ କୁମାର ସାହୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରାଣୀ ଉତ୍ପାଦନ ଏବଂ ଡଃ ମନୋଜ କୁମାର ସାହୁ ଉପ ନିର୍ଦ୍ଦେଶକ ଫୁଲବାଣୀ ପ୍ରାଣୀ ଚିକିତ୍ସାଳୟ ଆଦି ଯୋଗ ଦେଇ ପ୍ରଶିକ୍ଷଣରେ ଭାଗ ନେଇଥିବା ବାଲିଗୁଡ଼ା ସ୍ଥିତ ଗୋପାଳକ ଚାଷୀଙ୍କୁ ବିଭିନ୍ନ ଅଧିବେଶନ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ । ପ୍ରଶିକ୍ଷଣର ଦ୍ୱିତୀୟ ଦିବସରେ ଚିପିଲିମା ସ୍ଥିତ ପ୍ରାଣୀ ସମ୍ପଦ ପ୍ରଜନନ ଫାର୍ମ ଠାରେ ଚାଷୀ ମାନଙ୍କର ଏକସପୋଜର ଭିଜିଟ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହାର ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଉନ୍ନତ ମାନର ଦୁଧିଆଳୀ ଗାଈ ଯୋଗାଇ ଦେବାର ଯୋଜନା ରହିଛି ଯାହା ଦ୍ୱାରା ନିଶ୍ଚିତ ରୂପେ ଚାଷୀ ମାନଙ୍କର ଜୀବନ ଜୀବିକାର ମାନଦଣ୍ଡରେ ଉନ୍ନତି ଘଟିବା ସହିତ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବିଭାଗ ଆଶା ବ୍ୟକ୍ତ କରିଅଛି ।