କାଟ୍ରାମାଲା ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ପାଇଁ ଦାବି

0 89

ଫୁଲବାଣୀ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତରେ ରହିଛି କାଟ୍ରାମାଲା ଜଳ ପ୍ରପାତ । ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ଏହା ପରିଚିତ । ଶୀତ ଦିନରେ ଏହି ଜଳପ୍ରପାତ ସୌନ୍ଦର୍ଯ୍ୟ ଦେଖିବାକୁ ପାଇଁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଥି ସହିତ ଜାନୁଆରୀ ପହିଲାରେ ପିକନିକ କରିବା ପାଇଁ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମୁଥିବାର ଦେଖିବାକୁ ମିଳୁଛି । ସେହି ଅଞ୍ଚଳକୁ ଯାତାୟତ ପାଇଁ ଭଲ ରାସ୍ତା ନାହିଁ । ବର୍ଷା ଦିନେ ଏହି ପର୍ଯ୍ୟଟନସ୍ଥଳୀକୁ ପହଞ୍ଚି ହେଉନାହିଁ । ଯାତାୟତ ରାସ୍ତା ଉପରେ ତିନିଚାରି ଫୁଟ ଜଳ ପ୍ରଭାବିତ ହୋଇଥାଏ । ଏପରିକି ବର୍ଷାଦିନେ ରାସ୍ତାରେ ପାଣି ଜମି ଶିଉଳି ପଡିଯାଉଛି,ଫଳରେ ସେ ଜାଗାକୁ ପର୍ଯ୍ୟଟକ ମାନେ ଗାଡି ନେବାକୁ ଭୟ କରୁଛନ୍ତି ।

hiring

କାଟ୍ରାମାଲା ଜଳ ପ୍ରପାତରୁ ପଞ୍ଚାୟତ ମୁଖ୍ୟାଳୟର ଦୂରତା ୬ କିଲୋ ମିଟର ରାସ୍ତାରୁ ଅଧା ରାସ୍ତା ଅର୍ଥାତ୍‌ କାଟ୍ରାମାଲାରୁ ମୁଣ୍ଡା ସାହିକୁ ତିନି କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇଯାଇଛି । ପର୍ଯ୍ୟଟନ ସ୍ଥଳୀ ନିକଟରେ ଆଦିବାସୀ ମାନଙ୍କର ଆରାଧ୍ୟ ବନଦେବୀଙ୍କ ପୀଠ ରହିଛି । ସଲାଗୁଡା ସରପଞ୍ଚ ରୋହିତ କହଁରଙ୍କୁ ପଚାରିବାରେ ରାସ୍ତାରେ କଲଭର୍ଟ୍‌ ତିଆରି କରାଗଲେ ବର୍ଷା ଦିନେ ମଧ୍ୟ ପର୍ଯ୍ୟଟକ ଆସିପାରନ୍ତେ ଏବଂ ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତେ । ଏଥି ସହିତ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + nineteen =