ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସୋମବାର କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏହି ମେଗା ଇଭେଣ୍ଟ ପାଇଁ ଦଳ ଘୋଷଣା କରିଛି । ସୋମବାର ଅପରାହ୍ନରେ ଚୟନ କମିଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫ ଜଣିଆ ଦଳ ଚୟନ କରାଯାଇଥିଲା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବହୁ ଦେଶୀୟ ଟୁର୍ନାମେଣ୍ଟରେ ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି ।
ଆହତ ରବିନ୍ଦ୍ର ଜାଡେଜା ଟି -୨୦ ବିଶ୍ୱକପ ଦଳରେ ସାମିଲ ହୋଇନାହାନ୍ତି, କିନ୍ତୁ ଭଲ କଥା ହେଉଛି ଦଳର ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି । ରବି ବିଷ୍ଣୋଇ ଏବଂ ଆବେଶ ଖାନ ଏସିଆ କପ୍ ୨୦୨୨ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ବିଶ୍ୱକପ ଦଳରେ ସ୍ଥାନ ବଜାୟ ରଖିପାରିନାହାନ୍ତି । ଅବଶିଷ୍ଟ ୧୩ ଖେଳାଳି ସମାନ ଥିବାବେଳେ ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଫେରିଛନ୍ତି । ଏସିଆ କପରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ଦଳ ଫାଇନାଲରେ ପ୍ରବେଶ କରିପାରି ନଥିଲା ।
ଆଇସିସି ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପ୍ଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ଉଇକେଟ କିପର), ଦୀନେଶ କାର୍ତ୍ତିକ (ଉଇକେଟ କିପର), ହାର୍ଦ୍ଦିିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ ।
ରିଜର୍ଭ ପ୍ଲେୟାର: ମହମ୍ମଦ ଶାମି, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ଦୀପକ ଚହର
ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ । ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ୨୩ ଅକ୍ଟୋବର ରବିବାର ଦିନ ପାକିସ୍ତାନ ବିପକ୍ଷରେ । ଉଭୟ ଦଳ ଗ୍ରୁପ୍ -୨ ର ଅଂଶବିଶେଷ । ପାକିସ୍ତାନ ପରେ ଭାରତକୁ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଅନ୍ୟ ଦୁଇ ଯୋଗ୍ୟତା ପର୍ଯ୍ୟାୟରେ ଉନ୍ନତି ହୋଇଥିବା ଦଳ ସହ ଖେଳିବ, ଯାହା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଘୋଷଣା କରାଯିବ ।
ଅଷ୍ଟ୍ରେଲିଆ ଟି-୨୦ ପାଇଁ ଭାରତୀୟ: ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମ୍ରା
ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଭାରତ ଦଳ: ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଆର ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଆକ୍ସାର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମ୍ରା
ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାର ଅଷ୍ର୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ସମୟରେ କଣ୍ଡିସନର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏନସିଏକୁ ରିପୋର୍ଟ କରିବେ ।