ଧୋଇଗଲା ବେଳା ମାର୍ଗ ସୁରକ୍ଷା ପ୍ରାଚୀର

0 86

ପୁରୀ : ବିପଦରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା । ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁ ଭୁଶୁଡିଲା ସୁରକ୍ଷା ପ୍ରାଚୀର । ଧୋଇ ଗଲା ବେଳା ମାର୍ଗ ସୁରକ୍ଷା ପ୍ରାଚୀର । ଏହାର ପ୍ରଭାବରେ ୩୩କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଛି । ପୂର୍ଣ୍ଣମୀ ପ୍ରଭାବରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଉଚ୍ଚ ଜୁଆର ମାଡ଼ରେ ରାମଚଣ୍ଡୀ ମୁହାଣ ନିକଟ ବେଳା ମାର୍ଗ ସୁରକ୍ଷା ପ୍ରାଚୀର ଭୁଶୁଡ଼ିଛି । ଯାହା ପାଇଁ ପୁରୀ-କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ । ଯେଉଁ ସ୍ଥାନରେ ଇକୋ ରିଟ୍ରିଟ ପାଇଁ ରାସ୍ତା ଥିଲା ତାହା ନଷ୍ଟ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ କାଠ ବଲା ଦେଇ ଜୁଆର ମାଡରୁ ରାସ୍ତାକୁ ସୁରକ୍ଷା ଦେବାପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା ହୋଇଛି । ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ରାସ୍ତାର ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପ ଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 16 =