ନୀଳାଚଳ ଅର୍ବାନ ହାଟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

0 102

ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ହସ୍ତତନ୍ତ ମେଳା । ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ପାରମ୍ପରିକ ଶିଳ୍ପୀ ମାନଙ୍କ ହାତ ତିଆରି ହସ୍ତତନ୍ତ ବସ୍ତ୍ରର ସମ୍ଭାର ପ୍ରଦର୍ଶିତ ହେଉଛି । ପ୍ରତିଦିନ ଦିବା ୧୧ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହା ବିକ୍ରୟ ପାଇଁ ଖୋଲା ରହୁଛି । ସୋମବାର ଠାରୁ ଏହି ମେଳାରେ ଯୋଡି ହୋଇଛି ସମ୍ବଲପୁରୀ ନୃତ୍ୟ ଓ ସଂଗୀତ । ବରଗଡର କଳାଜୀବି ଅନୁଷ୍ଠାନର କଳାକାର ମାନେ ଗୁରୁ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଚମତ୍କାର ଲୋକନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମୋହିତ କରିଦେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅର୍ବାନ ହାଟ ମଂଚ ରେ ଅନୁଷ୍ଠିତ ହେବ ବୋଲି ସମ୍ବଲପୁର ବସ୍ତ୍ରାଳୟର ଏମଡି ଶିଶିର କୁମାର ନାଗ ସୂଚନା ଦେଇଛନ୍ତି । ମାର୍କେଟିଂ ଅଫିସର ହେମନ୍ତ କୁମାର ମିଶ୍ର, ଅର୍ବାନ ହାଟ ଇନଚାର୍ଜ ପ୍ରଦୀପ ମିଶ୍ର ଜନସାଧାରଣଙ୍କୁ ଏଥିରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × one =