କଳିଙ୍ଗ ମହାବିଦ୍ୟାଳୟରେ “୨୦୪୭ ପାଇଁ ମୋ ସ୍ୱପ୍ନର ଭାରତ’ ବିତର୍କ ପ୍ରତିଯୋଗିତା

0 70

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ବ୍ଲକ ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଆଜି ନେହେରୁ ଯୁବ କେନ୍ଦ୍ର, ଫୁଲବାଣୀ ତରଫରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଯୋଗଦେଇଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ଓଡ଼ିଆ ଅଧ୍ୟାପକ ଡ. ନଳିନୀ ପାଣିଗ୍ରାହୀ, ଇଂରାଜୀ ଅଧ୍ୟାପକ ତପନ କୁମାର ନାୟକ, ଇତିହାସ ଅଧ୍ୟାପକ ରୁପବନ୍ତ ଭୋଇ, ରାଜନୀତି ବିଜ୍ଞାନ ଅଧ୍ୟାପକ ମଦନ ମୋହନ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଚାରକ ଭାବେ ଅର୍ଥନୀତି ଅଧ୍ୟାପକ ବିନାୟକ ବିଶ୍ୱାଳ, ଅର୍ଥନୀତି ଅଧ୍ୟାପକ ଡ. ପ୍ରଶନ୍ନ କୁମାର ଦାସ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ ବାଗ ଯୋଗ ଦେଇ ବିଚାର ବିମର୍ଷ କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ଓ ଶୀର୍ଷକ ବିଷୟବସ୍ତୁ ଉପରେ ଟିପ୍ପଣୀ ଦେଇ ଅଂଶଗ୍ରଣ କରିଥିବା କୃତି ପ୍ରତିଯୋଗିତାଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କହିଥିଲେ । ଏଭଳି ଜାତୀୟତା ଓ ଦେଶ ଗଠନରେ ବର୍ତ୍ତମାନର ଯୁବ ପୀଢ଼ି ତଥା ଦେଶର ନାଗରିକମାନେ ସୁସ୍ଥ ଅର୍ଥନୈତିକ, ସାମାଜିକ, ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ବଳ ଓ ସୁସ୍ଥ ପରିବେଶ ପ୍ରତି ନିଜର ସ୍ୱପ୍ନ ଦେଖିବା ଏବଂ ଦେଶ ଗଠନରେ ନିଜକୁ ସହାୟକ ହେବା ପାଇଁ ଅଧ୍ୟାପକଙ୍କ ଦ୍ୱାରା ଆଶୀର୍ବାଦ ରୂପକ ଅଭିଭାଷଣ ରଖିଥିଲେ ।
ମହାବିଦ୍ୟାଳୟର ଏହି ବିତର୍କ ପ୍ରତିଯୋଗିତା ପାଇଁ ସମୁଦାୟ ୫ଜଣ ପଞ୍ଜିକରଣ କରିଥିଲେ ଏବଂ ନିଜର “ଦେଶବ୍ୟାପୀ ଦେଶପ୍ରେମ ପରିବେଶ ସୃଷ୍ଟି ଏବଂ ୨୦୪୭ ପାଇଁ ଭାରତର ସ୍ୱପ୍ନ’ କ’ଣ ହେବା ଦରକାର ସେହି ଶୀର୍ଷକ ଉପରେ ବିତର୍କ ହୋଇଥିଲା । ଏହି ପ୍ରତିଯୋଗିତାରେ ତିନିଜଣ ବିଚାରକଙ୍କ ବିମର୍ଷ ପରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଜିନେଶା ନାଗ ପ୍ରଥମ ସ୍ଥାନ, ପ୍ରିତିଭା ପ୍ରଧାନ ଦ୍ୱିତୀୟ ଓ ଛାତ୍ର ବିଭୂତିରାଜ୍‌ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେରଙ୍କ ଦ୍ୱାରା ସାର୍ଟିଫିକେଟ ଓ ପୁରସ୍କାର ବିତରଣ କରାଯାଇଥିଲା ।
ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବିଷ୍ଣୁପ୍ରିୟା ପ୍ରଧାନ ଓ ବିକାଶ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 2 =