ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ସବିତା

0 78

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଚ୍ଚବାଡ଼ି ଗ୍ରାମ ପଞ୍ଚାୟତର ରଙ୍ଗାଗୁଡା ଗ୍ରାମର ସବିତା ମଲ୍ଲିକ ।ତାଙ୍କ ବାପା ଗୁରୁବାରିଆ ମଲ୍ଲିକ କିଛି ବର୍ଷ ପୂର୍ବେ ତାଙ୍କୁ ଛାଡି ଆରପାରିକୁ ଚାଲିଯିବା ପରେ ମାଆ ପୈଙ୍ଗାଲୁ ମଧ୍ୟ କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପଡି ସବୁଦିନ ପାଇଁ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ନା ସେ ବସି ପାରୁଛନ୍ତି ନା ସେ ଚାଲିପାରୁଛନ୍ତି । ତାଙ୍କ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି । ତାଙ୍କର ସେବା ଶୁଶ୍ରୁଷା ସବୁ ସବିତା ହିଁ କରୁଛନ୍ତି । ସବିତାଙ୍କ ସାହା ଭରସା ବୋଲି ଆଉ କେହି ବି ନାହାନ୍ତି । ସବିତା କୁଲି ମଜୁରୀ ଖଟିଲେ ରୋଗିଣୀ ମାଆଙ୍କୁ ସେବା କରିବା ସହ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି । ସବିତା ଏବେ ଏମିତି ଦୁର୍ଦ୍ଦଶା ଦେଇ ଗତି କରୁଥିବା ବେଳେ ସେ ଏବେ ନିଜ ଭବିଷ୍ୟତ ଗଢି ପାରୁଛନ୍ତି ନା ନିଜ ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁଛନ୍ତି । ଭାଗ୍ୟକୁ ଆଦରି ଧୌର୍ଯ୍ୟର ସହିତ ବାଟ ଚାଲୁଛନ୍ତି ସବିତା । ତେବେ ଖବର ପାଇ ମୋହନା ଅଞ୍ଚଳର ଜଣେ ସାମାଜିକ କର୍ମୀ ଆହ୍ୱାନ ଭାଇ ସବିତାଙ୍କ ନିକଟରେ ପହଞ୍ଚି ଭଲ ମନ୍ଦ ବୁଝିଥିଲେ । ତେବେ ଅସହାୟ ସବିତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଗ୍ରାମବାସୀମାନେ ମଧ୍ୟ ସବିତାର ପରିବାରକୁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

3 × 2 =