କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

0 164

ହରଭଙ୍ଗା : ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମଟି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଯୋଗଦେଇ ସଦସ୍ୟାମାନଙ୍କୁ ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଲୋକମାନଙ୍କ ଆତ୍ମ ନିଯୁକ୍ତି ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ବିଜ୍ଞାନ ସମ୍ମତି ପଦ୍ଧତିରେ ପ୍ରାଣୀ ପାଳନ, କୃତ୍ରିମ ପ୍ରଯୋଜନ, ରୋଗପ୍ରତିରୋଧକ ଟିକାକରଣ, ତଥା ଘାସ ଚାଷ ଦ୍ୱାରା ସାଧାରଣ ଚାଷୀଟିଏ କିପରି ଲାଭବାନ ହୋଇପାରିବ ତାହା ବର୍ଣ୍ଣନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୌଦ୍ଧ ଷ୍ଟେଟ ବ୍ୟାଙ୍କ ତାଲିମ ସଂଯୋଜକ ଅମର ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × five =