ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟାରେ ପ୍ରେସ କ୍ଲବରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସୁ ପ୍ରସନ୍ନ ମଲିକଙ୍କୁ ମଧ୍ୟ ଉପଢୌକନ ଓ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସମାଜସେବୀ ତଥା ମିଳିତ ମଞ୍ଚ ଆବାହକ ଅଶୋକ ପରିଡା,ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଏସ୍ଡ଼ିପିଓ ଭାବେ ମହେନ୍ଦ୍ର ନାଥ ମୁର୍ମୁ ନିଷ୍ଠା, ଆନ୍ତରିକତା ଓ ଦକ୍ଷତାର ସହ ଦିନ ରାତି ଏକ କରି ନିରବିଚ୍ଛିନ ଭାବେ ସହରବାସୀଙ୍କୁ ୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସୁରକ୍ଷା ଯୋଗାଇ ଆସୁଥିଲେ ବୋଲି କହିଥିଲେ । ସେହିପରି କରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ କରୋନା ମୁକାବିଲା କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ । ପୋଲିସ ଅଫିସର ମହେନ୍ଦ୍ରନାଥ ମୁର୍ମୁଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଆଇନଜୀବୀ ବ୍ରଜ ପଟ୍ଟନାୟକ, ହେମନ୍ତ ମହାନ୍ତି, ନବ କୃଷ୍ଣ ରଥ, ପ୍ରଣବ ମଣ୍ଡଳ, ପଞ୍ଚାନନ କହଁର, ସାମ୍ବାଦିକ ଶିବାନନ୍ଦ ପଟନାୟକ, କ୍ଷୀରୋଦ ସାହାଣୀ ପ୍ରମୁଖ ଏସ୍ଡ଼ିପିଓ ମୁର୍ମୁଙ୍କ ଉନ୍ନତ ଚିନ୍ତାଧାରା, ସେବା ମନୋଭାବ,ସଟ୍ଟୋଟତା ଭାଇଚାରା ଓ ନିଜର ଅଭିନବ କାର୍ଯ୍ୟଶୈଳୀ ଯୋଗୁଁ ସହରରେ ବେଶ ଲୋକପ୍ରିୟ ହୋଇପାରିବା ସଂଗେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିଲା ବୋଲି ବର୍ଣ୍ଣନା କରିଥିଲେ । ସେହିପରି ଏସ୍ଡ଼ିପିଓ ମୁର୍ମୁ ମଧ୍ୟ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସହରବାସୀଙ୍କ ତାଙ୍କ ପ୍ରତି ଥିବା ଆନ୍ତରିକ ସହଯୋଗ ଓ ଭଲପାଇବାକୁ ଜୀବନରେ କେବେ ଭୁଲି ପାରିବେନି ବୋଲି କହିଥିଲେ । ସେହିପରି କଟକ ଗ୍ରାମାଞ୍ଚଳ ଏସଡିପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରସନ୍ନ ମଲିକ ମଧ୍ୟ ଏହି ଅବସରରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଧ୍ୟାନ ଦେବେ ବୋଲି କହିଥିଲେ । ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post