ରୋଜଗାର ଦାବିକୁ ନେଇ “ୟୁଥ୍‌ ଫର ଆକ୍ସନ” ଘେରିବ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ

0 71

ସମ୍ବଲପୁର:ଏଠାକାର ଅଞ୍ଚଳରେ ଅନେକ କଳକାରଖାନା ଗଢି ଉଠିଲେ ମଧ୍ୟ ସେଥିରେ ସ୍ଥାନୀୟ ଯୁବସମାଜକୁ ନିଯୁକ୍ତି ମିଳୁନାହିଁ, ଯଦିଓ ସେଥିରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଏମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରାଯାଇଛି । ସ୍ଥାନୀୟ ଯୁବସମାଜ ପ୍ରତି ଏଭଳି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକ ଅଣରାଜନୈତିକ ସଂଗଠନ ରୂପେ ପରିଚିତ ୟୁଥ୍‌ ଫର ଆକ୍ସନ ଆଜି ଏବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏଥିରେ ପୁଣି କୁହାଯାଉଛି କି ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ବାବଦରେ ବିଭିନ୍ନ ଯୋଜନାର ଘୋଷଣା କରାଯାଇଥିଲେ ସୁଦ୍ଧା ତୃଣମୂଳ ସ୍ତରରେ ଏହା ଦୃଷ୍ଟି ଗୋଚର ହେଉନାହିଁ, କାରଣ ସେଗୁଡିକ ପ୍ରଚାର ସର୍ବସ୍ୱ ହୋଇ ରହିଯାଇଛି । ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଜିତ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ଅନ୍ୟ କର୍ମକର୍ତ୍ତା ରୂପେ ଜୋନାଲ ସଭାପତି ମାନସ ରଥ, ରାଜ୍ୟ ଉପସଭାପତି ଅମ୍ଳାନ ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଉକ୍ତ ଘୋଷଣା ଅନୁସାରେ ଆଗାମୀ କାଲି ଶୁକ୍ରବାର ଦିନ ସ୍ଥାନୀୟ ବିଭିନ୍ନ ଅଞ୍ଚଳରୁ ପ୍ରାୟ ପାଞ୍ଚ ହଜାର ଯୁବକ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କଲା ପରେ ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବେ ଓ ଆୟୁକ୍ତଙ୍କ ଜରିଆରେ ଏଠାକାର ଯୁବକଙ୍କ ବେକାରୀ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।

hiranchal ad1
Leave A Reply

Your email address will not be published.

4 × four =