ଘୁ ଉଦୟଗିରି: ସ୍ଥାନୀୟ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସଭା ଗୃହ ଠାରେ ବାର୍ଷିକ ମହୋତ୍ସବ “ସ୍ପାରକ୍ଲିଙ୍ଗ”-୨୦୨୨ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମିସ୍ ସୁଭସ୍ମିତା ଜାନି ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ପୁଷ୍ପ ଗୁଚ୍ଛ ଓ ଉପଢ଼?କନ ଦେଇ ସ୍ୱାଗତ କରିଥିଲେ ।ମୁଖ୍ୟ ଅତିଥି ଭାବେ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟର ଅଧକ୍ଷ ଶିବରାମ ସାହୁ ଯୋଗଦେଇଥିଲେ ଓ ପ୍ରଫେସର ଜୟନ୍ଦ୍ର ନାଥ ସ୍ୱାଇଁ, ସୁଦାମ ଚରଣ ମଲ୍ଲିକ ଉପସ୍ଥିତ ରହିଥିଲେ । ପରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିଛବିରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପରିଚାଳକ ସ୍ଥାନୀୟ ମହାବିଦ୍ୟାଳୟର ଅଧକ୍ଷ ଜୟନ୍ଦ୍ରନାଥ ସ୍ୱାଇଁଙ୍କୁ ପରବର୍ତ୍ତୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିବା ପାଇଁ ସମର୍ପି ଦେଇଥିଲେ । ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରୀ ତଥା ସାଧାରଣ ସମ୍ପାଦିକା ମିସ୍ କଳ୍ପନା ହେମ୍ରମ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ର ସଭାପତି ମନୋଜ କହଁର ମହାବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ମତ ପ୍ରକାଶ କରିଥିଲେ । ୨୦୧୯ କରୋନା ମହାମାରୀ ସମୟରେ ମଧ୍ୟ ଏହି ମହାବିଦ୍ୟାଳୟରେ ଅନଲାଇନ୍ ଶିକ୍ଷା ଜାରୀ ରହିଥିଲା । ୨୦୨୧ ଜୁନ ୬ ମହାବିଦ୍ୟାଳୟଟି ଅନୁସୂଚିତ ଜାତି ଓ ଜନ ଜାତି ବିଭାଗରୁ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଯିବା ପରେ । ଏହି ଶିକ୍ଷକ ପରୀକ୍ଷକ ମାନେ ଜାନୁଆରୀ ୨୦୨୨ ଠାରୁ ଶ୍ରେଣୀ ଗୃହରେ ରହି ପାଠ ପଢ଼ିବାର ସୁଯୋଗ ପାଇଥିଲେ । ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କମିଟି ଗଠନ କରାଗଲା ଯେଉଁଠି ମନୋଜ କହଁର ସଭାପତି,ମିସ୍ କଳ୍ପନା ହେମ୍ରମ ସାଧାରଣ ସମ୍ପାଦିକା, ଶକ୍ତି ପ୍ରସାଦ ପ୍ରଧାନ ଯୋଜନା ମନ୍ତ୍ରୀ,ତରଣିସେନ୍ ମରେଇ ସାଂସ୍କୃତିକ ସମ୍ପାଦକ,ସୁରଜ୍ ପ୍ରଧାନ କ୍ରୀଡ଼ା ସମ୍ପାଦକ,ନିକୁକ୍ ପ୍ରଧାନ ସାନିଟାରୀ ମେନେଜର,ସମନାଥ ମାଝି ସଂପାଦକୀୟ,ଓ ସଞ୍ଜିତ୍ ମିଞ୍ଜ ବୈଦୁତିକ ଓ ଗଣ ଯୋଗାଯୋଗ ଦାୟିତ୍ୱରେ ରହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ନିଜ ଅଭିଭାଷଣରେ ଶିକ୍ଷାର୍ଥୀ ପ୍ରଶିକ୍ଷଣ ହେବାପରେ କିପରି ଶିକ୍ଷାକୁ ଗୁରୁତ୍ୱ ଦିଆଯିବ ଓ ଶିକ୍ଷା ମଧ୍ୟରେ ରହୀ ଶିକ୍ଷା ଦେବା ବିଷୟରେ ଉପସ୍ଥିତ ପ୍ରଶିକ୍ଷକମାନଙ୍କ ନିକଟରେ ଉପସ୍ଥାପନା କରିଥିଲେ । ସ୍ଥାନୀୟ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର (ଗଣିତ) ଡଃ.ଦୀପକ କୁମାର ମହାନ୍ତି,ଆସିଷ୍ଟାଣ୍ଟ ପ୍ରଫେସର (ଇତିହାସ) ସୁଶାନ୍ତ କୁମାର ରାଣା, ଆସିଷ୍ଟାଣ୍ଟ ପ୍ରଫେସର (ଉଦ୍ଭିଦ ବିଜ୍ଞାନ) ମନାଲିଷା ନାୟକ, ଆସିଷ୍ଟାଣ୍ଟ ପ୍ରଫେସର (ଅର୍ଥ ଶାସ୍ତ୍ର) ସୌମ୍ୟରଞ୍ଜନ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର( ରାଜନୀତି ବିଜ୍ଞାନ) ବିଚିତ୍ର କୁମାର୍ ବେହେରା, ଆସିଷ୍ଟାଣ୍ଟ ପ୍ରଫେସର (ଗଣିତ)ତରଙ୍ଗ ମୟି ମିଶ୍ର,ଆସିଷ୍ଟାଣ୍ଟ ପ୍ରଫେସର (ଇଂଲିଶ)ଭିମାରଜ୍ ବଳିଆର ସିଂ ଯୋଗଦେଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମିସ୍ ତପସ୍ୱିନୀ ପ୍ରଧାନ ପରିଚାଳନା କରିଥିଲେ । ଅନେକ ପ୍ରତିଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଏଥିରେ ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର୍ ରଣା ସହଯୋଗ କରିଥିଲେ ।ଶେଷରେ ମନ୍ମଥ ମାଝୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।