ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଲତ ଉଦଘାଟିତ

0 56

ଫୁଲବାଣୀ,୧୭/୯ : ଭାରତର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତି, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଅନ୍ୟ ମାନ୍ୟବର ବିଚାର ପତିମାନଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ଫୁଲବାଣୀସ୍ଥିତ ଜିଲ୍ଲା କୋର୍ଟ କଂପ୍ଲେକ୍ସରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଅଦାଲତ କାଗଜବିହୀନ ଅଦାଲତ ଭାବରେ ଆଜି ଉଦଘାଟିତ ହୋଇଯାଇଛି । କୋର୍ଟକାର୍ଯ୍ୟରେ ଉନ୍ନତି ଆଣିବାପାଇଁ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି । ଆଗରୁ ଇ-କୋର୍ଟ ସେବା ପ୍ରଚଳିତ ହୋଇଥିବାବେଳେ ଆଜି ଉଦଘାଟିତ ହୋଇଥିବା କାଗଜବିହୀନ ଅଦାଲତ ଦ୍ୱାରା ନିଶ୍ଚିତଭାବେ ସମୟ ଓ ଟଙ୍କା ବଞ୍ଚାଯାଇପାରିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ କେତେକାଂଶରେ ରୋକାଯାଇପାରିବ ବୋଲି ଜଣାପଡ଼ିଛି । ପୂର୍ବରୁ ଆଡ୍ଭାକେଟ୍‌ମାନଙ୍କର କାଗଜଫାଇଲ ବଜାୟ ରଖିବା ପାଇଁ ଅଧିକ ଖର୍ଚ୍ଚ ଓ ସମୟ ନଷ୍ଟ ହେଉଥିଲା । ଗଦା ଗଦା କାଗଜ ଫାଇଲ ଓ ରେଜିଷ୍ଟର ଯୋଗୁଁ ପରିବେଶ ବି ନଷ୍ଟ ହେଉଥିଲା । ଏହି ଡିଜିଟାଇଜେସନ ପ୍ରୟୋଗ ହେତୁ ଲୋକମାନଙ୍କର ଅଦାଲତ ସମ୍ପର୍କୀତ ସମୟ ଓ ଖର୍ଚ୍ଚ କମିଯିବ ବୋଲି ମଧ୍ୟ ଆଶା କରାଯାଉଛି । ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଉଦ୍‌ଘାଟନ ସମୟରେ ମାନନୀୟ ଜିଲ୍ଲା ଜଜ୍‌ ଶୀତିିକଣ୍ଠ ସାମଲ, କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପାଟିଲ୍‌ ଆଶିଷ ଇଶ୍ୱର, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ, ଭିନୀତ ଅଗ୍ରୱାଲ୍‌, ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଶ୍ରୀ ସନ୍ତୋଷ କୁମାର ଜେନା, ପାରିବାରିକ ଅଦାଲତ ବିଚାରପତି ଦେବଦତ୍ତ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ଫାଷ୍ଟଟ୍ରାକ୍‌ ସ୍ୱତନ୍ତ୍ରକୋର୍ଟ, ଫୁଲବାଣୀ ଭାସ୍କର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ପୋସ୍କୋ, ସୁଜିତ୍‌ କୁମାର ବେହେରା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୈକତ୍‌ ପାତ୍ର, ଦେୱାନୀ ଅଦାଲତର ରେଜିଷ୍ଟ୍ରାର ସି.ଏ. ଦେଶପ୍ରିୟ ବାରିକ, ଜିଲ୍ଲା ବାର୍‌ ଆସୋସିଏସନ୍‌ର ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୁର୍ଗାଶଙ୍କର ପଟ୍ଟନାୟକ, ସରକାରୀ ସ୍ମିଡର୍‌ ବିଶ୍ୱଜିତ୍‌ ପଟ୍ଟନାୟକ, ଓକିଲ ସଂଘ ଉପ ସଭାପତି କମଳ କୁମାର ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀରେନ୍‌ ପଟ୍ଟନାୟକ, ବଂଶୀଧର ମହାପାତ୍ର, ଜୟନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ, ଜାହିର୍‌ ଅଖତାର, ଦିଲୀପ ବାନାର୍ଜୀ, ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିରୁପାକ୍ଷ ପଣ୍ଡା, ନରେଶ ପାଢି, ଅଗସ୍ତି ଜାନି, ମାନସ ଡାକୁଆ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବୀଣାପାଣି ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟମାନେ ଓ ଜୁଡିସିଆଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + thirteen =