ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0 199

ପାଟଣାଗଡ,୧୭/୯- ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ପାଟଣାଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ରା ପଞ୍ଚମୁଖୀ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲା । ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଥିଲେ । ନ୍ୟାସନାଲ ମୁଭମେଣ୍ଟ ଫର ଓଡପେନସନ ସ୍କିମର ପାଟଣାଗଡ ଉପଖଣ୍ଡ ସଭାପତି ମଣିକୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଲାଲଚନ ବଗର୍ତ୍ତି ,ଅରୁଣ କୁମାର ତ୍ରିପାଠୀ, ସୂର୍ଯ୍ୟକୁମାର ନନ୍ଦ, ଦେବକାନ୍ତ ମେହେର, ଦେବଦତ୍ତ ମେହେର, ନିରାକାର ମେହେର ,ବନମାଳୀ ସାହୁ ପ୍ରମୁଖ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ନୂତନ ପେନସନ ସ୍କିମ ଲାଗୁ ଯୋଗୁଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଯୋଗୁଁ ଏହାର ଉଚ୍ଛେଦ କରିବାକୁ ଦାବୀ କରିଥିଲେ । ସୂଚନାଯୋଗ୍ୟ ଯେ ୨୦୦୫ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥରାଶି ଏନଏସଡିଏଲ ଦ୍ୱାରା ସେୟାର ବଜାରରେ ନିବେଶ କରାଯାଇଛି । ଫଳରେ ଜମା ଅର୍ଥରାଶିର ନିବେଶ କରଯୁକ୍ତ ରହିଛି ଯଦ୍ୱାରା ୩୦ ବର୍ଷ ଚାକିରିକାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ କିଏ ହଜାରେ କିଏ ବାରଶହ ତ ଆଉ କିଏ ମାତ୍ର ଦୁଇ ହଜାର ପେନସନ ପାଇଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତାମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ଯୋଗୁଁ ଚଳିବା ମୁସକିଲ ହୋଇପଡିଛି ବୋଲି କହିବା ସହ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ଅନ୍ୟ ରାଜ୍ୟ ଗୁଡ଼ିକରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁକରିଛନ୍ତି ତେଣୁ ରାଜ୍ୟ ସରକାର ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାପାଇଁ ଦାବି କରିଛନ୍ତି । ଆଗାମୀଦିନରେ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏଥିରେ ପାଟଣାଗଡ଼ ଉପଖଣ୍ଡର ପାଟଣାଗଡ,଼ ବେଲପଡା, ଖପ୍ରଖୋଲ ବ୍ଳକର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

9 + fourteen =