ବେଆଇନ ବାଲି ଚାଲାଣ, ଜରିମାନା ଆଦାୟ

0 227

ଦଶପଲ୍ଲା : ଗଣିଆ ମହାନଦୀରୁ ଦୈନିକ ହେଉଛି ବେଆଇନ ବାଲି ଚାଲାଣ । ଗଣିଆରୁ ଦଶପଲ୍ଲାକୁ ଦୈନିକ ଏହି ବେଆଇନ ବାଲି ଚାଲାଣ ହେଉଛି । ରବିବାର ଦିନ ଏହି ବେଆଇନ ବାଲି ଚାଲାଣ ସମୟରେ ଖବର ପାଇ ଦଶପଲ୍ଲାର ଅତିରିକ୍ତ ତହସିଲଦାର କେ. ଭେଙ୍କଟସ ରାଓ ଚଢାଉ କରି ଏକ ହାଇୱାକୁ କରି ଅଟକ ରଖିଥିଲେ । ପରେ ବାଲି ଚାଲାଣ ସମ୍ପର୍କରେ ଏହାର କାଗଜ ପତ୍ର ଯାଞ୍ଚ କରାଯାଇଥିବା ବେଳେ ଏହା ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିଥିଲା । ପରେ ଏହି ବେଆଇନ ବାଲି ଚାଲାଣକୁ ନେଇ ଗାଡ଼ିମାଲିକଙ୍କ ଉପରେ ଜରିମାନା କରାଯାଇ ୧୨୫୦୦/- ଟଙ୍କା ଆଦାୟ କରାଯାଇଥିଲା । ଜରିମାନା ଆଦାୟ ପରେ ଗାଡ଼ିକୁ ଛାଡ଼ି ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

two × five =