ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ, ଦୁଇଦିନ ପରେ ମୃତଦେହ ଉଦ୍ଧାର

0 76

ହରଭଙ୍ଗା : ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକ ମୃତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି । ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) କୌଣସି କାମରେ ନିଜ ବନ୍ଧୁଙ୍କ ଘରକୁ ଗତ ରବିବାର ଦିନ ଯାଇଥିଲେ । ସେଠାରୁ ଫେରିବା ସମୟରେ ବାଟରେ ଲଷ୍ମୀନାଳ ପାର ହେବାକୁ ପଡିଥାଏ । ତେବେ ପ୍ରମୋଦ ନାଳ ପାର ହେଉଥିବା ସମୟରେ ହଠାତ ଲକ୍ଷ୍ମୀ ନାଳରେ ବର୍ଷା ପାଣି ଆସିଥିଲା, ଯାହାଫଳରେ ସେ ଭାସି ଯାଇଥିଲେ । ତେବେ ପ୍ରମୋଦ ଘରକୁ ଫେରିନଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ ସବୁ ଆଡେ ଖୋଜା ଖୋଜି କରିଥିଲେ । ଆଜି ସକାଳୁ କଳାଖଣ୍ଡି ଗ୍ରାମର କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳର ଏକ ବୁଦାରେ ଏକ ଅଚିହ୍ନା ଲୋକର ମୃତଦେହ ଦେଖି ପୁରୁଣାକଟକ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଦ୍ୱାରା ଶବ ଚିହ୍ନଟ ଓ ଜବଦ ହୋଇଥିବା ଜଣାପଡ଼ିଛି ।ଏ ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

17 − twelve =