ବାଲ୍ୟ ବିବାହ ସଚେତନତା କର୍ମଶାଳା ଅନୁଷ୍ଠିତ

0 154

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଅଂଚଳରରେ ବାଲ୍ୟବିବାହ ନିରୋଧ ଓ ନିରାକରଣ ଉପରେ ଏକ କିଶୋରୀ ବାଳିକା କର୍ମଶାଳା ଦଶପଲ୍ଲାର ସାଇ ଗେଷ୍ଟହାଉସ୍‌ ହଲ୍‌ରେ ଦିଲ୍ଲୀସ୍ଥିତ ଇଉସେଡ୍‌ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗ୍ରାମାଞ୍ଚଳର କିଛି କିଶୋର କିଶୋରୀ ମାନଙ୍କୁ ନେଇ ଏକ ତାଲିମ୍‌ କାର୍ଯ୍ୟକ୍ରମ ବୁଧବାରଠାରୁ ଆରମ୍ଭ ହୋଇଛି । ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କୁ ମୁଖ୍ୟତଃ କମ୍‌ ବୟସରେ ଜୋର କରି ବିବାହ ଦିଆଯାଉଛି ତାକୁ ବନ୍ଦ କରିବା ସହ ପୁଅଝିଅମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଜଣାଇବା ଲକ୍ଷ୍ୟ ରଖାଯାଇଛି । କମ୍‌ ବୟସରେ ବିବାହ କରିବା ଦ୍ୱାରା ତା ଠାରୁ ଜନ୍ମିତ ଶିଶୁ କିପରି ରୋଗଗ୍ରସ୍ତ ହେବା ସହ ଅଳ୍ପାୟୁ ହେଉଛି, ତା ସଙ୍ଗେସଙ୍ଗେ ମାଆଟି ମଧ୍ୟ ପ୍ରସବ ସମୟରେ ମୃତ୍ୟୁ ମୁଖରେ ପଡୁଚି ବା ରୋଗାକ୍ରାନ୍ତି ହେଉଛି, ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ,ଏହି ତାଲିମ୍‌ କର୍ମଶାଳାରେ ଦଶପଲ୍ଲାର ଅନଗ୍ରସର ତଥା ଆଦିବାସୀ ବହୁଳ ଗ୍ରାମାଞ୍ଚଳରୁ ଖୁବ୍‌ କମ୍‌ ସଂଖ୍ୟକ କିଶୋରୀ ବାଳିକା ଯୋଗ ଦେଇଥିଲାବେଳେ ସହରାଞ୍ଚଳରୁ ଅଧିକ ସଂଖ୍ୟକ କିଶୋରୀ ବାଳିକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଉଦ୍‌ଘାଟନ ଉତ୍ସବରେ ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ, ବିଇଓ ପ୍ରଣତି ପଟ୍ଟନାୟକ , ବିପିସି ପ୍ରଭାସ ଦାସ, ଡା.ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂଯୋଜକ ସୁବ୍ରତ କୁମାର ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

hiranchal ad1
Leave A Reply

Your email address will not be published.

seven + 16 =