୧ରୁ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା : ଯୋଗ ଦେବେ ୩୦୦ ପ୍ରତିଯୋଗିତା

0 107

ଖପ୍ରାଖୋଲ : ଓଡିଶା ଆରଚେରୀ ସଂଘ ପକ୍ଷରୁ ୨୩ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଖପ୍ରାଖୋଲଠାରେ ଅନୁଷ୍ଠିତ ହେବ । ଅକ୍ଟୋବର ୧ ରୁ ୪ ପର୍ଯ୍ୟନ୍ତ ଚାରିଦିନ ଧରି ଖପ୍ରାଖୋଲ ନୋଡାଲ ହାଇସ୍କୁଲ ନୂତନ ଖେଳ ପଡିଆରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଖପ୍ରାଖୋଲ ପରି ଅନୁନ୍ନତ ଅଞ୍ଚଳରେ ପ୍ରଥମ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଉଛି । ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ଆରଚେରୀ ସଂଘ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିଯୋଗିତା ପାଇଁ ଖେଳପଡିଆରେ ଘାସକଟା ସହ ଆନୁସଙ୍ଗିକ ପ୍ରସ୍ତୁତି ଚାଲିଥିବା ନେଇ ବୁଧବାର ଖପ୍ରାଖୋଲ ସ୍ଥିତ ଜିଲ୍ଲା ଆରଚେରୀ କାର୍ଯାଳୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରଚେରୀ ସଂଘ ସଭାପତି ରମାକାନ୍ତ ଭୋଇ, ଉପସଭାପତି ଅଭିଳାଷ ଭୋଇ, ସମ୍ପାଦକ ଆଶିଷ ଦୀପ, ନିତେଶ ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୦ ପ୍ରତିଯୋଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରୁଷ ପ୍ରତିଯୋଗୀ ଏବଂ ଖପ୍ରାଖୋଲ ନୋଡାଲ ହାଇସ୍କୁଲରେ ମହିଳା ପ୍ରତିଯୋଗୀ ରହିବାର ବ୍ୟବସ୍ଥା କରାଯାଇଛି । ୧ ତାରିଖ ଅପରାହ୍ନରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେର ପ୍ରତିଯୋଗିତାକୁ ଉଦଘାଟନ କରିବେ ବୋଲି ଆରଚେରୀ ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 + 4 =