ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ

0 74

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି । ଜିଲ୍ଲାରେ ଜଳସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତି । ପାଣି ଗରାଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି । ନଳ କୂପ, ନଦୀ ନାଳ ଆଦି ସବୁ ଶୁଖିଯାଉଛି । ଏହାକୁ ଦୃଷ୍ଟିରେ ରଖି ଜଳସ୍ତର କିପରି ବୃଦ୍ଧି ହେବ ଆଉ ଜଳ ସଙ୍କଟ ଯେପରି ଦୂର ହେବ ସେନେଇ ଏବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ନୂତନ ଯୋଜନା ମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଉଥିବା ଦେଖାଯାଉଛି । ବର୍ଷା ଦିନରେ ନଦୀନାଳକୁ ବୋହି ଯାଇ ନଷ୍ଟ ହୋଇଯାଉଥିବା ଜଳକୁ ଅମଳ କରିବା ସହିତ ଭୂ-ଅଭ୍ୟନ୍ତରରେ ଥିବା ଜଳସ୍ତର ବୃଦ୍ଧି କରିବା ନିମନ୍ତେ ଅଚଳ ନଳକୂପ ମାନଙ୍କୁ ଚିହ୍ନଟ କରାଯାଇ ଉପଯୋଗ କରାଯାଉଥିବା ବିଭାଗୀୟ ଏସଇ ଇଂ. ବିକାଶ ଚନ୍ଦ୍ର ଦାଶ କହିଛନ୍ତି ଜିଲାର ୧୨ଟି ଯାକ ବ୍ଲକରେ ଏଭଳି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମଧ୍ୟ କେତକ ବ୍ଲକରେ ଏହି ପ୍ରକଳ୍ପ ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଏସ ଇ ଇଂ. ବିକାଶ ଚନ୍ଦ୍ର ଦାଶଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ଯୋଗୁଁ ବର୍ତ୍ତମାନ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିବା ସହ ନୂତନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟମାନ ମଧ୍ୟ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

four + 3 =