କଳିଙ୍ଗା ପଞ୍ଚାୟତ ଡୁଗୁଡ଼ିପାରି ଗାଁକୁ ନାହିଁ ପକ୍କା ରାସ୍ତା,ଗର୍ଭବତୀଙ୍କୁ ମିଳିପାରୁନି ଆମ୍ବୁଲାନ୍ସ ସେବା

0 85

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ୱ ଗ୍ରାମ ଯାହାର ଜନ ସଂଖ୍ୟା ପ୍ରାୟ ୨ହଜାର ହେବ । ଦୁଃଖର ବିଷୟ ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂରଣ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୮ କିଲୋମିଟର ଦୂର ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଗାଁକୁ ନାହିଁ ପକ୍କା ସଡ଼କ । ମୁଖ୍ୟ ରାଜ୍ୟ ରାଜପଥର ଅତି ନିକଟରେ ଅବସ୍ଥିତ ରହିଥିବା ଗାଁର ଅଧିବାସୀଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ଭଲ ରାସ୍ତାଟିଏ ନଥିବା ଅତି ଦୁଃଖଦାୟକ ବୋଲି କହିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଡୁଗୁଡ଼ିପାରି ଗ୍ରାମଠାରୁ କଳିଙ୍ଗା ଯିବା ଆସିବା ସମସ୍ତ ଗ୍ରାମବାସୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ଥିବାବେଳେ ଭଲ ରାସ୍ତାଟିଏ ନାହିଁ । ପ୍ରତିଦିନ ଶହ ଶହ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର କିଣାବିକା ସହ ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କୁ କଳିଙ୍ଗା ଛକଦେଇ ଯିବା ଆସିବା କରିବାକୁ ପଡ଼ିଥାଏ । ବର୍ତ୍ତମାନ ଯେଉଁ ରାସ୍ତାଟି ଅଛି ସେଥିରେ ବେଳେ ବେଳେ ବର୍ଷା ପାଣିରେ ଖାଲ ଢିପ ଜଣା ପଡୁନଥିବାରୁ ସାଇକେଲ ଓ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହେବାକୁ ପଡେ । ଭଲ ରାସ୍ତା ନଥିବାରୁ ଛୁଆଠାରୁ ବୃଦ୍ଧ ସମସ୍ତଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତା’ସହ ସବୁଠାରୁ ମୁଖ୍ୟ ଆବଶ୍ୟକ ସ୍ୱାସ୍ଥ୍ୟଗତ ସମସ୍ୟା ସମୟରେ ଗର୍ଭବତୀ ମହିଳା ହେଉ କିମ୍ବା ଅନ୍ୟ ରୋଗୀମାନଙ୍କ ନିମନ୍ତେ ଆମ୍ବୁଲାନ୍ସ ସେବା ମିଳିବା ଅସମ୍ଭବ ହୋଇଥାଏ କାରଣ ସେହି ଗ୍ରାମକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଅସମ୍ଭବ ଅଟେ ଆମ୍ବୁଲାନ୍ସ ସେବା । ସେପଟେ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବହୁବାର ରାସ୍ତା ସମସ୍ୟା ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଯାହା ଫଳରେ ସ୍ଥାନୀୟ ଜନ ପ୍ରତିନିଧି, ସରକାରୀ କଳ ଡୁଗୁଡ଼ି ପାରି ଗାଁ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଅତି ଦୁଃଖ ଓ ପରିତାପର ବିଷୟ ସରପଞ୍ଚଙ୍କ ଘର ୧ କିମି ବ୍ୟବଧାନ ଦୂରରେ ଓ ସମିତି ସଭ୍ୟ ସେହି ଗ୍ରାମର ହୋଇଥିଲେ ମଧ୍ୟ ଗ୍ରାମବାସୀ ଖାଲ ଢିପ ରାସ୍ତାରେ ଯିବା ଆସିବା କରୁଥିବା ସହ ଭଲ ରାସ୍ତା ଆମ ପାଇଁ ସାତ ସପନ ବୋଲି କ୍ଷୋଭର ପ୍ରକାଶ କରିବା ସହ ଅତିଶୀଘ୍ର ଡୁଗୁଡ଼ିପାରି ଗ୍ରାମକୁ ଭଲ ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରିବା ସହ ସମସ୍ୟାର ସମାଧାନ ନହେଲେ ଭବିଷ୍ୟତରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four − 1 =