ମହାଳୟାର ଶୁଭ ଲଗ୍ନରେ “ଧବଳମୁଖୀ ସ୍ତୋତ୍ରମ୍‌’ ଲୋକାର୍ପିତ

0 119

ସମ୍ବଲପୁର: ଆଜି ଆଶ୍ୱିନ ଅମାବାସ୍ୟା ସର୍ବତ୍ର ମହାଳୟା ରୂପେ ପାଳନ କରାଯାଉଛି । ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ (ସମଲେଶ୍ୱରୀ) ଧବଳମୁଖୀ ଅର୍ଥାତ୍‌ ଗଙ୍ଗାବେଶ ଧାରଣ କରିଛନ୍ତି । ଆଜିକାର ଏହି ଶୁଭ ଲଗ୍ନରେ କମଳ ଲୋଚନ ପଣ୍ଡାଙ୍କ ରଚିତ “ଧବଳମୁଖୀ ସ୍ତୋତ୍ରମ୍‌’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ପର୍ବ ପୂର୍ବରୁ ମାଁ ସମଲେଇଙ୍କ ସମ୍ମୁଖରେ ବିଧିବିଧାନ ଅନୁସାରେ ଏହାର ପୂଜାର୍ଚ୍ଚନା କରାଯାଇଥିଲା । ଏହି ଧବଳମୁଖୀ ବେଶର ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି ଓ କରୋନା ସଂକଟ ପୂର୍ବରୁ ଏଭଳି ମଧ୍ୟ ପରିସ୍ଥିତି ହୋଇଥିଲା ଯେ ଦର୍ଶନାର୍ଥୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏକାଧିକ ଦିନ ପର୍ଯ୍ୟନ୍ତ ଏହି ବେଶକୁ ରଖାଯାଇଛି । ଆଜି ମଧ୍ୟ ସମଲେଇ ମନ୍ଦିର ପ୍ରାଙ୍ଗଣରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ଓ ଆଖପାଖ ଅଞ୍ଚଳରେ ଜନଗହଳି ଲାଗି ରହିଛି । ଆଜିଠାରୁ ଏହି ଐତିହାସିକ ପ୍ରସିଦ୍ଧ ଶକ୍ତିପୀଠରେ ନବରାତ୍ରି ଆରମ୍ଭ ହୋଇଯାଇଛି ଓ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି । ଭକ୍ତଙ୍କ ଭିଡ଼ ସହିତ ଆଖପାଖ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରି ରଖିବା ପାଇଁଁ ବ୍ୟାପକ ପରିମାଣରେ ପୁଲିସ ବଳ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

nine + 13 =