ନବରଙ୍ଗପୁର: ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ ପାଇଁ ଏକ ବୈଠକ ତୃପ୍ତି ଲଜ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଆବାହକ ବୁଲୁ ହୋତା ସଂଗଠନର ଆଭିମୁଖ୍ୟ ଏବଂ କାର୍ଯ୍ୟକାରୀତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଆଭିମୁଖ୍ୟକୁ ତୃଣମୂଳ ସ୍ତରରୁ ଭାଷା ଏବଂ ଅଂଚଳର ସୁରକ୍ଷାକୁ ନେଇ ପ୍ରଚାର ଓ ପ୍ରସାର କରିବା ପାଇଁ ବିଭିନ୍ନ ସଂଗଠନ ଦାୟିତ୍ୱରେ ରହିବା ପାଇଁ ପରିଚାଳନା କମିଟି ପ୍ରସ୍ତାବ ସହ ମଂଜୁରୀ ଦିଆଯାଇଥିଲା ।
ସଂଗଠନର ସଭାପତି ଭାବେ ସର୍ବସମ୍ମତି କ୍ରମେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା । ଉପସଭାପତି ଭାବେ ଅଶୋକ କୁମାର ପଟ୍ଟନାୟକ ଏବଂ ବିଜୟ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାଂଗଠାନିକ ସମ୍ପାଦକ ଭାବେ ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ସହ ସମ୍ପାଦିକା ଭାବେ ଡ଼ଃ.ସଂଯୁକ୍ତା ପଣ୍ଡା, କୋଷାଧ୍ୟକ୍ଷ ଭାବେ ସୁରେଶ କୁମାର ମିଶ୍ର ଏବଂ ସାଧାରଣ ପରିଷଦ ସଦସ୍ୟ ପାଇଁ ପି. ରବିକାନ୍ତ ରଘୁରାମଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ଅକ୍ଟୋବର ମାସ ୧୬ ତାରିଖ, ରବିବାର ଦିନ ସାଧାରଣ ପରିଷଦ ବୈଠକ ସହ ଶାଖାର ପୁର୍ଣ୍ଣାଙ୍ଗ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.