ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକଲେ ଗ୍ରାମବାସୀ

0 65

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ କାରଣରୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି । ସୂଚନା ଥାଉକି ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ଚାରିଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ନିକଟ ଅତୀତରେ ଆଉ ଜଣେ ଶିକ୍ଷକ ନିଯୁକ୍ତ ହେଇଥିଲେ ମଧ୍ୟ ତାଙ୍କର ଶିକ୍ଷାଦାନର ଅବଧି ମାସେ ନପୁରୁଣୁ ଶିକ୍ଷା ବିଭାଗ ଉପରେ ବିଭିନ୍ନ ପ୍ରକାର ରାଜନୈତିକ ଚାପ ପକାଇ ତରବରିଆ ଭାବେ ବଦଳି କରିଦିଆଯାଇଥିଲା । ଯାହା ଫଳରେ ଶିକ୍ଷକଙ୍କ ଅଭାବ ପଡିଲା । ଛତ୍ରଙ୍ଗ ପଞ୍ଚାୟତର ଏହି ବିଦ୍ୟାଳୟରୁ ପ୍ରତି ବର୍ଷ ମେଧାବୀ ଛାତ୍ର ବାହାରିବା ସହ ବିଗତ ଦିନରେ ଅନେକ ଛାତ୍ରଛାତ୍ରୀ କେନ୍ଦ୍ର ସରକାରଙ୍କ ଜବାହାରନବୋଦୟ ବିଦ୍ୟାଳୟ ପରୀକ୍ଷା ଓ ବିଭିନ୍ନ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଇଛନ୍ତି । ଏସବୁ ସମସ୍ୟା ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ ବେହେରା, ଅଭିଭାବକ ସାରସ୍ୱତ ଜଗଦଳା ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମିଶି ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି । ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ନହେଲେ ବିଦ୍ୟାଳୟରେ ତାଲା ପକାଇବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବୁ ବୋଲି ଗ୍ରାମବାସୀ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + 6 =