କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି :
ଏଆଇଏସ ଅଫିସରଙ୍କୁ ଆଉ ମିଳିବନି ବିଶେଷ ଆର୍ଥିକ ସୁବିଧା

0 57

ନୂଆଦିଲ୍ଲୀ,୨୫/୯ : ସର୍ବ ଭାରତୀୟ ସେବା(ଏଆଇଏସ)ଅଧିକାରୀଙ୍କୁ ମିଳୁଥିବା ବିଶେଷ ସୁବିଧା ସଯୋଗ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ,ସେମାନଙ୍କୁ ମିଳୁଥିବା ଅତିରିକ୍ତ ଆର୍ଥିକ ଭତ୍ତା ଓ ଅନ୍ୟ କେତେକ ସୁବିଧା ଆଉ ପ୍ରଦାନ କରାଯିବ ନାହିଁ । କାରଣ,ଏହିସବୁ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଏହା କେବଳ ପୂର୍ବୋତ୍ତର ଏଆଇଏ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏନେଇ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ(ଡିଓପିଟି)ବିଭାଗ ଅଧିସୂଚନା ଜାରି କରିଛନ୍ତି ।
ନର୍ଥ ଇଷ୍ଟ କ୍ୟାଡରଙ୍କ ଅଲ୍‌ ଇଣ୍ଡିଆ ସର୍ଭିସେସ୍‌(ଏଆଇଏସ୍‌ ) ଅଧିକାରୀଙ୍କୁ ଦିଆଯାଇଥିବା ଅତିରିକ୍ତ ଆର୍ଥିକ ଭତ୍ତା ସମେତ କେନ୍ଦ୍ର ବିଶେଷ ସୁବିଧା ପ୍ରତ୍ୟାହାର କରିଛି । ଆସାମ-ମେଘାଳୟ ଯୁଗ୍ମ କ୍ୟାଡର,ସିକିମ,ନାଗାଲାଣ୍ଡ,ତ୍ରିପୁରା ଏବଂ ମଣିପୁର କ୍ୟାଡରକୁ ନେଇ ଆଇଏଏସ,ଆଇପିଏସ ଏବଂ ଆଇଏଫଏସକୁ ନେଇ ଗଠିତ ଏଆଇଏସ ଅଧିକାରୀମାନଙ୍କୁ ମିଳୁଥିବା ଏକାଧିକ ସୁବିଧାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଉତ୍ତର-ପୂର୍ବରେ ନିଯୁକ୍ତ ହୋଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅତିରିକ୍ତ ୨୫% ମୌଳିକ ଦରମାର ସ୍ୱତନ୍ତ୍ର ଭତ୍ତା ପାଇବାକୁ ହକଦାର ଥିଲେ । ହେଲେ ୨୦୦୯ ଠାରୁ ଲାଗୁ ହୋଇଥିବା ଅତିରିକ୍ତ ଭତ୍ତାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ପୂର୍ବୋତ୍ତର ରାଜ୍ୟମାନଙ୍କରେ ନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଦରମା ମିଳିବା ସହ ଏକାଧିକ ସୁବିଧା ସହ ଅବସର ପରେ ମଧ୍ୟ କ୍ୱାର୍ଟର ସୁବିଧା ମିଳୁଥିଲା । ଆଦିବାସୀ ଜନସଂଖ୍ୟା ଆୟକର ପ୍ରଦାନରୁ ମୁକ୍ତ,ତେଣୁ ଆଦିବାସୀ ଏଆଇଏସ ଅଧିକାରୀମାନଙ୍କୁ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟରେ ପୋଷ୍ଟ କରାଯାଉଥିବା ବେଳେ ଏହି ସୁବିଧା ପ୍ରଦାନ କରାଯାଏ । ବର୍ତ୍ତମାନ “କେନ୍ଦ୍ରୀୟ ଡେପୁଟେସନ୍‌ ସମୟରେ ଉତ୍ତର-ପୂର୍ବ କ୍ୟାଡରର ଆଦିବାସୀ ଅଲ୍‌ ଇଣ୍ଡିଆ ସର୍ଭିସ୍‌ ଅଧିକାରୀଙ୍କୁ ଦେୟ ଆୟକର ଫେରସ୍ତ କରିବାକୁ ପ୍ରୋତ୍ସାହନ” ପ୍ରତ୍ୟାହାର କରାଯାଇଛି । ଉତ୍ତର-ପୂର୍ବାଞ୍ଚଳର ଏକ ରାଜ୍ୟରେ ପୋଷ୍ଟ ହୋଇଥିବା ଜଣେ ବରିଷ୍ଠ ଏଆଇଏସ୍‌ ଅଧିକାରୀ ଗଣମାଧ୍ୟମକୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଅନ୍ୟାୟ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 + 8 =