“ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ :
ଖଦୀ ପିନ୍ଧ,ଅଣ-ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କର

0 41

ନୂଆଦିଲ୍ଲୀ,୨୫/୯: ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ “ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ନେଇ ଅଗ୍ରସର ହେଉଛୁ । ବାସ୍ତବରେ ଏହା ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି । ତେଣୁ,ଆପଣମାନଙ୍କୁ ଅନୁରୋଧ,ଏଥର ଖଦୀ,ହସ୍ତତନ୍ତ ଅଥବା ହସ୍ତଶିଳ୍ପ ସାମଗ୍ରୀ କିଣି ସମସ୍ତ ରେକର୍ଡ ଭାଙ୍ଗନ୍ତୁ । ଏଥର ପୂଜା ଅବସରରେ ପଲିଥିନ୍‌ ବର୍ଜନ କରି କେବଳ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଅଣ-ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରନ୍ତୁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୯୩ତମ ମନ କି ବାତ ଅବସରରେ ଦେଶବାସୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି । ପୁଣି ଥରେ ଝୋଟ,ସୂତା,କଦଳୀପଟୁକା ଭଳି ପାରମ୍ପରିକ ବ୍ୟାଗ୍‌ ବ୍ୟବହାରର ଧାରା ଉଠିଥିବା କଥା ମଧ୍ୟ ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାମିବ୍ୟାରୁ ଅଣାଯାଇଥିବା ୮ ଚିତାଙ୍କ ନାମକରଣ ପାଇଁ ଦେଶବ୍ୟାପୀ ପ୍ରତିଯୋଗିତା କରାଯିବ । ୭୦ ବର୍ଷ ପରେ ବଣ୍ୟ ମାର୍ଜାର(ଚିତା) ଭାରତକୁ ଫେରିଥିବାରୁ ୧୩୦ କୋଟି ଭାରତୀୟ ଖୁବ୍‌ ଆନନ୍ଦିତ । ଏହି ଚିତାମାନଙ୍କ ନାମକରଣ ନିମନ୍ତେ ଦେଶବ୍ୟାପୀ ପ୍ରତିଯୋଗିତା କରାଯିବ । ଆଧୁନିକ,ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଭାରତୀୟ ଦର୍ଶନ କିଭଳି ଆମର ପଥପ୍ରଦର୍ଶକ ହୋଇପାରିବ,ତାହା ଦୀନଦୟାଲ୍‌ ଉପାଧ୍ୟାୟ ଆମ୍ଭଙ୍କୁ ଶିଖାଇଛନ୍ତି । ଆସନ୍ତା ୨୮ ତାରିଖ ‘ଅମୃତ ମହୋତ୍ସବ’ ପାଇଁ ଏକ ବିଶେଷ ଦିନ । ସେଦିନ ଆମେ ଭାରତ ମାତାଙ୍କ ସାହସୀ ସନ୍ତାନ ଭଗତ ସିଂହଙ୍କ ଜନ୍ମବାର୍ଷିକୀ ପାଳନ କରିବା । ଏହି ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଚଣ୍ଡିଗଡ ବିମାନ ବନ୍ଦରର ନାଁ ସହିଦ ଭଗତ ସିଂହ ବିମାନ ବନ୍ଦର ରଖାଯିବ । ଅଗଷ୍ଟ ୨୦ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଟ୍ୱିଟ କରି ଚଣ୍ଡିଗଡ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ ବୋଲି କହିଥିଲେ । ଏନେଇ ପଞ୍ଜାବ ଓ ହରିଆଣା ସରକାର ଏକମତ ହୋଇଥିଲେ । ୨୦୧୬ରେ ହରିଆଣା ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା । ଏଥିରେ ଚଣ୍ଡିଗଡ ଏୟାରପୋର୍ଟର ନାଁ ଭଗତ ସିଂହଙ୍କ ନାମ ଅନୁସାରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ପଞ୍ଜାବ ସରକାର ମାର୍ଚ୍ଚ ୨୩କୁ ରାଜ୍ୟର ଛୁଟି ଦିବସ ଭାବେ ଘୋଷଣା କରି ସାରିଛନ୍ତି । ମାର୍ଚ୍ଚ ୨୩ ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ତରୋଧନ ଦିବସ । ସହିଦ ସ୍ମାରକୀ, ସେମାନଙ୍କ ନାମାନୁସାରେ ନାମିତ ସ୍ଥାନ ଓ ପ୍ରତିଷ୍ଠାନସବୁ ଆମକୁ କର୍ତ୍ତବ୍ୟବୋଧ ପାଇଁ ପ୍ରେରଣା ଦିଏ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =