ପୁରୀ : ଆଜି ପବିତ୍ର ମହାଳୟା । ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ରହିଥିଲା । ବିଶ୍ୱାସ ରହିଛି ଜଗନ୍ନାଥ ଧାମରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଓ ତର୍ପଣ କଲେ ପିତୃ ପୁରୁଷ ଶାନ୍ତି ଲାଭ କରିବା ସହ ଆଶିର୍ବାଦ ପ୍ରଦାନ କରନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପିଣ୍ଡ ଦାନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଗତ ଦୁଇବର୍ଷ ହେବ କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ପିଣ୍ଡଦାନ ଉପରେ କଟକଣା ରହିଥିଲା । ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।