ରେସନ କାର୍ଡରେ ନାମ ନଥିବାରୁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଅଭିଯୋଗ

0 85

ଖପ୍ରାଖୋଲ,୨୬/୯: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଅଧିକାଂଶ ଗ୍ରାମବାସୀ ଦିନ ମଜୁରିଆ କାମ କରି ନିଜ ପରିବାର ପୋଷନ୍ତି । ଏହି ଲୋକମାନଙ୍କ ପୁଅଝିଅଙ୍କ ନାଁ ରାସନକାର୍ଡରେ ଚଢାଯାଇନଥିବାରୁ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ ମହୁରୁଣ୍ଡି ଗାଁର ଅନଙ୍ଗ ସାହାଣୀଙ୍କ ଝିଅ , ସୁରେନ୍ଦ୍ର ବନଗୁଲାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଓ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ମାନଙ୍କର ଅନେକ ପୁଅ/ଝିଅଙ୍କର ରେସନ କାର୍ଡରେ ନାଁ ନ ଥିବାରୁ ସେମାନେ ବିଭିନ୍ନି ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ବାରମ୍ୱାର ବ୍ଲକ ପଞ୍ଚାୟତ ଅଫିସ ଦୌଡି ଦୌଡି ହଇରାଣ ହେଉଛନ୍ତି । ସରକାର ୫ଟି ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ପ୍ରଶାସନର ଏଭଳି ଅବହେଳା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବ୍ଲକରେ ଖାଦ୍ୟ ଯୋଗାଣ ବିଭାଗର ଏପରି ମନମାନି କାର୍ଯ୍ୟକଳାପକୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଆକର୍ଷଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 + 4 =